‘ଆଶିକ୍-୩’ରେ ନଜର ଆସିବେ ଆଲିଆ – ସିଦ୍ଧାର୍ଥ ଯୋଡ଼ି !

81

ଫିଲ୍ମ ‘ଆଶିକ୍-୨’ ବଲିଉଡ୍ ବକ୍ସ ଅଫିସରେ ଅଶେଷ ସଫଳତା ହାସଲ କରିଥିଲା । ଫିଲ୍ମର ଗୀତ ଓ ଷ୍ଟୋରୀ ଲାଇନକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ଏହି ସଫଳତାକୁ ନେଇ ନିର୍ଦ୍ଦେଶକ ମୋହିତ ସୂରୀ ଏବେ ‘ଆଶିକ୍ -୩’ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଇଛନ୍ତି ଏବଂ ଏହି ଫିଲ୍ମରେ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ରେ ଏକାଠି କାମ କରିଥିବା ଆଲିଆ ଓ ସିଦ୍ଧାର୍ଥଙ୍କୁ ବଛାଯାଇଛି ।

ସୂଚନା ଅନୁସାରେ , ସିଦ୍ଧାର୍ଥ ନିଜ ଫିଲ୍ମ ‘ଇତେଫାକ୍’ର ସୁଟିଂ ସାରିଦେଇଛନ୍ତି । ଏବଂ ସେ ନୀରଜ ପାଣ୍ଡେଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅୟାରି’ର ସୁଟିଂ ରେ ବ୍ୟସ୍ତ ଅଛନ୍ତି । ଏହାସହ କିଛି ସପ୍ତାହ ହେଲା ଅନେକ ଥର ସିଦ୍ଧାର୍ଥ ସୁଟିଂରୁ ସମୟ ବାହାର କରି ନିର୍ଦ୍ଦେଶକ ମୋହିତ ସୂରୀଙ୍କ ଅଫିସକୁ ଯିବାର ଦେଖାଯାଇଛି । ଆଉ ମଧ୍ୟ ତାଙ୍କ ସହ ଆଲିଆ ଭଟ୍ଟ ମଧ୍ୟ ସେଠାକୁ ଯାଇଥିବାର ନଜର ଆସିଛି ।