ଆଜି ପୀଠରେ ଅଷ୍ଟମୀ ମଣ୍ଡପରେ ମହାସପ୍ତମୀ ପୂଜା ! ଉତ୍ସବମୁଖର ଗାଁଠୁ ସହର, ବିଭିନ୍ନ ପୂଜା ପେଣ୍ଡାଲରେ ଭିଡ

102

କନକ ବ୍ୟୁରୋ : ଆଜି ମହାସପ୍ତମୀ । ଜଗତଜନନୀ ମା’ ଦୁର୍ଗାଙ୍କର ଧରାପୃଷ୍ଠକୁ ଆଗମନ ହୋଇଛି । ବିଭିନ୍ନ ଶକ୍ତିପୀଠରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି । ପୀଠରେ ଅଷ୍ଟମୀ ପାଳନ କରାଯାଉଥିବାବେଳେ ପୂଜା ମଣ୍ଡପ ଗୁଡିକରେ ଆଜି ମହାସପ୍ତମୀ ପାଳନ କରାଯାଉଛି । ଶାରଦୀୟ ଦଶହରା ପାଇଁ ଚଳଚଂଚଳ ହୋଇଛି ଗାଁଠୁ ସହର । ରାଜ୍ୟ ରେ ମୃଣ୍ମୟୀ ମୂର୍ତ୍ତି ଓ ତୋରଣ ସାଜସଜ୍ଜାକୁ ନେଇ ବିଭିନ୍ନ ପୂଜା ମଣ୍ଡପ ମଧ୍ୟରେ ଚାଲିଛି ପ୍ରତିଯୋଗିତା । କଟକ ଓ ଭୁବନେଶ୍ୱରରେ ବିଭିନ୍ନ ପୂଜାମଣ୍ଡପଗୁଡିକରେ ପ୍ରତିଯୋଗିତା ଚାଲିଛି ।

ଏହାସହ ଶାରଦୀୟ ଦୁର୍ଗାପୂଜାକୁ ନେଇ ବେଶ ଚଳଚଂଚଳ କୋଲକାତା ସହର । ବିଭିନ୍ନ ପୂଜା ମଣ୍ଡପ ନିଆରା ମେଢ ଓ ତୋରଣ ନିର୍ମାଣ କରି ଲୋକଙ୍କୁ ଆକର୍ଷିତ କରିବାକୁ କରିଛନ୍ତି ଉଦ୍ୟମ । କେଉଁଠି ମାଆଙ୍କ ଦେହରେ ଲାଗିଛି ୨୨ କିଲୋଗ୍ରାମ ଓଜନର ସୁନାର ତିଆରି ଶାଢୀ ତ ଆଉ କେଉଁଠି ନିର୍ମାଣ ହୋଇଛି ଥାଇଲାଣ୍ଡର ଶ୍ୱେତ ମନ୍ଦିର । ଲୋକଙ୍କୁ ଦିଆଯାଉଛି ଥାଇଲାଣ୍ଡର ଅନୁଭୂତି ।