ମାମୁଁ ଘରେ ମଦୁଆର ଉତ୍ପାତ : ସହିଦନଗର ଥାନାରେ ୭ ଘଂଟା ଧରି ଚାଲିଲା ନାଟକ

76

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଥାନାରେ ମାତାଲ ଯୁବକର ବଡି ବିଲଡିଂ । ସାର୍ଟ ଖୋଲି ଦେଖାଇଲେ ସିକ୍ସ ପ୍ୟାକ୍ । ୭ ଘଂଟା ଧରି ଚାଲିଲା ନିଶାଗ୍ରସ୍ତ ଯୁବକଙ୍କ ଦବଙ୍ଗଗିରି । ଏକ ରେଷ୍ଟୁରାଂଟରେ ଗଣ୍ଡଗୋଳ କରିବା ଅଭିଯୋଗରେ ପୁଲିସ, ତାକୁ ଧରି ଆଣିଥିଲା ଥାନାକୁ । ଭାବି ଥିଲା ମାମୁଁ ଘରକୁ ଆସିବା ପରେ, ମଦୁଆର ଉତ୍ପାତ କମିବ । ହେଲେ ଘଟିଥିଲା ଓଲଟା ଘଟଣା । ଆଉ ଥାନାରେ ପହଂଚିବା ପରେ, ପ୍ରାୟ ୭ ଘଂଟା ଧରି ଚଳାଇଥିଲେ ତାଙ୍କ କାରନାମା ।

ଯୁବକ ଜଣକ ହେଉଛନ୍ତି ମଂଚେଶ୍ୱର ଥାନା ଅଧିନ ଭୋଟପଡା ଗାଁର ବିଜୟ ନାୟକ । ଏକ ରେଷ୍ଟୁରାଂଟରେ ଗଣ୍ଡଗୋଳ କରିବା ପରେ, ପୁଲିସ, ଧରି ଆଣିଥିଲା ଥାନାକୁ । ଭାବି ଥିଲା ମାମୁଁ ଘରକୁ ଆସିବା ପରେ, ମଦୁଆର ଉତପାତ କମିବ । ହେଲେ, ମଦୁଆର ଦୌରାତ୍ମ୍ୟ ବଢିବାରେ ଲାଗିଥିଲା । ଥାନା ହେପାଜତରେ ରହି ମଧ୍ୟ ତଚାର ରୋବାବ କିଛି କମ ନାହିଁ । ଥାନା ଭିତରେ ହିଁ ବାଇସେପ୍ ର କୁସ୍ତି କସରତ ଚଳାଇଛି ଥାନା ଭିତରେ । ଥାନା ହେପାଜତରେ ରହି ବି ପୁଲିସ କଥା ମାନୁନି ଏହି ମଦୁଆ । ପୁଲିସ ବାବୁ ମାନଙ୍କର ଗୋଡ, ହାତ ଧରି ଛାଡି ଦେବାକୁ ନେହୁରା ହେଉଛି । ଆଉ ପୁଲିସକୁ ବି ମାଙ୍କଡ ଭଳି ବ୍ୟବହାର କରୁଛି । ତେବେ ମଦୁଆ ଜଣକ ଥାନାର କିଛି ଆସବାପତ୍ର ମଧ୍ୟ ନଷ୍ଟ କରିଥିବା ଜଣା ପଡିଛି । ମାମୁଁ ଘରେ ମଦୁଆର ଉତ୍ପାତକୁ ଦେଖି ମାମୁଁ ମାନେ ବି ଭଲ ଖାତିରଦାରି କରି ୫ଶହ ଟଙ୍କା ଫାଇନ କାଟି ଛାଡି ଦେଇଛନ୍ତି ।