ବିଜେଡିକୁ ଅଡୁଆ ସମୀର ଝଡ ! କହିଲେ, ମନ୍ତ୍ରୀ ଓ କ୍ଷମତାଶାଳୀ ବିଧାୟକ ଥିବା ଜିଲ୍ଲାର ଯୋଜନା ବୋର୍ଡରେ ରହିବି କାହିଁକି

20

କନକ ବ୍ୟୁରୋ : ମନ୍ତ୍ରୀ ପଦକୁ ନେଇ ବିଜେଡିରେ ଉଠିଥିବା ଝଡରେ ଦଳୀୟ ମୁଖପାତ୍ର ସମୀର ଦାସଙ୍କ ବୟାନ ହଇଚଇ ସୃଷ୍ଟି କରିଛି । ବିଧାୟକ ସଂଜୟ ଦାସବର୍ମାଙ୍କ ଚକ୍ରାନ୍ତରେ ସେ ମନ୍ତ୍ରୀ ପଦ ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ କରିବା ପରେ, ଏହି ଅଭିଯୋଗର ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା । କହିଛନ୍ତି, ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେଇଛନ୍ତି ସେଥିରେ, କାହାର କିଛି କରିବାର ନାହିଁ ।