ନିଃସଙ୍ଗତାକୁ ଦୂର କରିବା ପାଇଁ ଡିଜିଟାଲ ଗାର୍ଲଫ୍ରେଣ୍ଡ

52

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏବେ ଏକ ବଡ ଧରଣର ସଫଳତା ସାମ୍ନାକୁ ଆସିଛି । ନିଜର ନିଃସଙ୍ଗତାକୁ ଦୂର କରିବା ପାଇଁ ବର୍ତମାନ ଡିଜିଟାଲ ଗାର୍ଲଫ୍ରେଣ୍ଡ ମଧ୍ୟ ମିଳିପାରୁଛନ୍ତି । ସେହି ଗାର୍ଲଫ୍ରେଣ୍ଡ କଥାବାର୍ତା ହେବା ସହିତ ରୋମାଟିଂକ ମେସେଜ୍ ମଧ୍ୟ ଦେଇପାରୁଛି ।

ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ କାମ କରୁଥିବା କମ୍ପାନୀ ମାନଙ୍କ ମଧ୍ୟରୁ ଏହାକୁ ଗୋଟେ କମ୍ପାନୀ ସଫଳତାର ସହ ତିଆରି କରିଛି, ଯାହା ସହିତ ମନର ସମସ୍ତ ଭାବନାକୁ ମଧ୍ୟ ବାଂଟିହେବ ।

ଏକା ଜୀବନ ବିତାଉଥିବା ଲୋକଙ୍କ ପାଇଁ ଏହା ଏକ ଉତମ ବିକଳ୍ପ ଭାବରେ କାମ କରୁଛି । ନିର୍ମାଣ ହୋଇଥିବା ଏହି ଉପକରଣକୁ “ହୋଲୋଗ୍ରାଫିକ୍ ରୋବର୍ଟ’ ବୋଲି କୁହାଯାଏ । ଏହା ଆଲୁଅ ଏବଂ ଆଉ ଅନେକ ପ୍ରକାର ଜିନିଷକୁ ନିଜ ନିୟନ୍ତ୍ରଣାଧୀନ କରିପାରିଥାଏ । ଏହି ଉପକରଣକୁ ପ୍ରଚାର କରିବା ପାଇଁ କମ୍ପାନୀ ଏବେ ଯଥାସାଧ୍ୟ ଉଦ୍ୟମ ମଧ୍ୟ ଆରମ୍ଭ କରିଦେଇଛି ।

“ରାଜସ୍ଥାନ -ପତ୍ରିକା’ ଅନୁସାରେ ଏହି ବିଜ୍ଞାପନ ମଧ୍ୟମରେ ଜଣେ ବ୍ୟକ୍ତି ତାଙ୍କର ଗାର୍ଲଫ୍ରେଣ୍ଡ ସାଙ୍ଗରେ କଥାବାର୍ତା ମଧ୍ୟ କରୁଥିବାର ଦେଖିବାକୁ ମିଳିଛି । ଏହି ଡିଜିଟାଲ ଗାର୍ଲଫ୍ରେଣ୍ଡ ତାଙ୍କୁ ସୁ-ପ୍ରଭାତ କହିବା ସହିତ ପାଣିପାଗ ସମ୍ବନ୍ଧରେ ମଧ୍ୟ ସୂଚନା ପ୍ରଦାନ କରୁଛି ।

ଅତ୍ୟାଧୁନିକ ଜ୍ଞାନକୈାଶଳ ଦ୍ୱାରା ନିର୍ମିତ ଏହି ଗାର୍ଲଫ୍ରେଣ୍ଡ ଶୀଘ୍ର କାମସାରି ଘରକୁ ଫେରି ଆସିବା ପାଇଁ ତାର ବୟଫ୍ରେଣ୍ଡକୁ ଅନୁରୋଧ ମଧ୍ୟ କରୁଛି ।

ଏହି ଡିଜିଟାଲ ଗାର୍ଲଫ୍ରେଣ୍ଡର ସ୍ୱର ଭୟଙ୍କର ଅଟେ । ଏହାର ସ୍ୱରରେ ଯଦି କିଛି ଅସୁବିଧା ନାହିଁ, ତ’ ଏହା କିଣିବାପାଇଁ ମଧ୍ୟ ଉପଲବଦ୍ଧ ରହିଛି । ଏହାର ଦାମ୍ ୧ ଲକ୍ଷ ୮୫ ହଜାର ଅଟେ ।