ଆଜି ହେଉଛି ଗୋଲାପ ଦିବସ ! ବିଭିନ୍ନ ରଙ୍ଗର ଗୋଲାପ ଫୁଲର କିଛି ଅକୁହା କଥା ଆସନ୍ତୁ ଜାଣିବା !

847

ଭାଲେଣ୍ଟାଇନ୍ ଦିବସର ପ୍ରଥମ ପର୍ବ ଆଜିଠୁ ଆରମ୍ଭ ହୋଇଛି । ଆଜିର ଦିନଟିକୁ “ରୋଜ-ଡେ’ ଭାବରେ ସବୁ ପ୍ରେମିକ ପ୍ରେମିକା ପାଳନ କରିଥାନ୍ତି । ଆଜିଠାରୁ ଆରମ୍ଭ ହୋଇ ସପ୍ତାହ ବ୍ୟାପି ଚାଲିବାକୁ ଥିବା ଏହି ଦିବସ ଗୁଡିକୁ ସମସ୍ତେ ସ୍ମରଣୀୟ କରିବାକୁ ଚାହିଁଥାନ୍ତି । କିନ୍ତୁ ଆଉ ଗୋଟିଏ କଥା ଉପରେବି ଧ୍ୟାନ ଦେବା ଉଚିତ୍ ଯେ,ଏହିଦିନ କେବଳ ଆପଣ ଆପଣଙ୍କର ପୁରୁଷବନ୍ଧୁ କିମ୍ବା ମହିଳାବବନ୍ଧୁଙ୍କୁ ଗୋଲାପ ଦେଇପାରିବେ ତା’ନୁହଁ, କାରଣ ଗୋଲାପ ଫୁଲକୁ ସମସ୍ତେ କିଛି କିଛି ଖାସ୍ ଦିନରେ ବ୍ୟବହାର କରିଥାନ୍ତି । ଗୋଲାପ ଫୁଲର ସମସ୍ତ ରଙ୍ଗର କିଛି ଅଲଗା ମହତ୍ୱ ରହିଛି । ଆସନ୍ତୁ ଜାଣିବା ଗୋଲାପ ଫୁଲର ପ୍ରତ୍ୟେକ ରଙ୍ଗର କି ମହତ୍ୱ ରହିଛି ।

ହଳଦିଆ ରଙ୍ଗର ଗୋଲାପ ଫୁଲକୁ ବନ୍ଧୁତ୍ୱର ପ୍ରତୀକ ଭାବରେ ବ୍ୟବହାର କରାଯାଏ । କୈାଣସି’ବି ଯାଗାରେ ଆମେ ଯଦି ବନ୍ଧୁତ୍ୱର ସମ୍ପର୍କକୁ ଆରମ୍ଭ କରିବାକୁ ଚାହିଁବା, ତେବେ ଆମେ ହଳଦିଆ ଗୋଲାପ ଦେଇ ଏଇ ସମ୍ପର୍କକୁ ଆରମ୍ଭ କରିବା ପୂର୍ବରୁ ମଜବୁତ କରିପାରିବା । ରୋଗରେ ପଡିଥିବା ଲୋକର ଆରୋଗ୍ୟ କାମନା କରିବା ପାଇଁ ମଧ୍ୟ ହଳଦିଆ ରଙ୍ଗର ଗୋଲାପ ଫୁଲ ଦିଆଯାଇଥାଏ ।

ଧଳା ରଙ୍ଗର ଗୋଲାପକୁ କୌଣସି ସମ୍ପର୍କର ଆରମ୍ଭ ବୋଲି ବିଚାର କରାଯାଇଥାଏ । ସରଳତା ଓ ଶୁଦ୍ଧତାର ପ୍ରତୀକ ଭାବରେ ଧଳା ଗୋଲାପକୁ ବ୍ୟବହାର କରାଯାଏ । ଏହାବ୍ୟତିତ ଆମେ ଯଦି କାହା ବିଷୟରେ ଭାବୁଥିବା ତାଙ୍କୁ ମଧ୍ୟ ଧଳା ଗୋଲାପ ଦେଇପାରିବା ।

କମଳା ରଙ୍ଗର ଗୋଲାପର ମଧ୍ୟ ନିଜସ୍ୱ କିଛି ଗୁଣ ରହିଛି । ଏହି ରଙ୍ଗର ଗୋଲାପକୁ ଉତ୍ସାହର ପ୍ରତୀକ ଭାବରେ ବ୍ୟବହାର କରାଯାଏ ।

ପରିଶେଷରେ ଲାଲରଙ୍ଗର ଗୋଲାପ ବିଷୟରେ ଆଲୋଚନା କରିବା । ଲାଲ ରଙ୍ଗର ଗୋଲାପ ବିଷୟରେ ସମସ୍ତଙ୍କୁ ବେଶ ଭଲଭାବରେ ଜଣାଅଛି । ଏହି ରଙ୍ଗର ଗୋଲାପକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ । ଆପଣମାନେ ଯଦି ଏହି ଭେଲେଂଟାଇନ୍ ଦିବସରେ କାହାକୁ ବି ନିଜର ମନକଥା କହିବାକୁ ଚାହୁଁଛନ୍ତି, ତେବେ ଲାଲ ଗୋଲାପ ଦେଇ ନିଜର ମନକଥା ନିଜର ମନର ମଣିଷକୁ କୁହନ୍ତୁ ।