ଢେଙ୍କାନାଳ ଜିଲ୍ଲାର ବିପର୍ଯ୍ୟସ୍ତ ଆଦିବାସୀ ଶିକ୍ଷା ବ୍ୟବସ୍ଥା : ସ୍ଥିତି ପରଖିବା ପାଇଁ ଗ୍ରାଉଣ୍ଡ ଜିରୋରେ କନକ ନ୍ୟୁଜ୍

62

ଢେଂକାନାଳ : ଆଦିବାସୀଙ୍କ ଉନ୍ନତି ଓ ପ୍ରଗତି ଲାଗି ଅଜସ୍ର ଅର୍ଥ ବ୍ୟୟ କରୁଥିବା ଡିଣ୍ଡିମ ପିଟୁଛନ୍ତି ଓଡିଶାର ନବୀନ ସରକାର । ହେଲେ ପ୍ରକୃତରେ କେତେ ଉନ୍ନତ ହେଉଛନ୍ତି ଆଦିବାସୀ । ସ୍ଥିତି ପରଖିବା ପାଇଁ ଢେଂକାନାଳ ଜିଲ୍ଲା କକଂଡାହାଡ ବ୍ଲକର ଏକୁଲ ଗାଁ ରେ କନକ ନ୍ୟୁଜ୍ ପହଂଚିଥିଲା । ଦୁର୍ଗମ ପାହାଡ ଜଂଗଲ ଭିତରେ ଥିବା ଏହି ଗାଁରେ ରହୁଛନ୍ତି ୬୦ଟି ଆଦିବାସୀ ପରିବାର । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା ୭୮ । ୨ଟି ଗୃହରେ ୮ଟି ଶ୍ରେଣୀକୁ ବିଭକ୍ତ କରାଯାଇ ପିଲାଙ୍କୁ ପଢାଯାଉଛି ପାଠ । ୩ ଜଣ ଶିକ୍ଷକଙ୍କ ଭିତରୁ ପାଳି କରି ଜଣେ ଆସିଲେ ୨ ଜଣ ଆସନ୍ତି ନାହିଁ । ପ୍ରଧାନ ଶିକ୍ଷକ ମାସରେ ମାତ୍ର ଦୁଇ ଦିନ ଆସନ୍ତି ।

ସବୁଠାରୁ ବିଡମ୍ବନାର ବିଷୟ ହେଉଛି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜାଣିନାହାନ୍ତି ଦେଶର ରାଷ୍ଟ୍ରପତି ଏବଂ ପ୍ରଧାନ ମନ୍ତ୍ରୀ କିଏ । ରାଜ୍ୟର ରାଜ୍ୟପାଳଙ୍କ ନାଁ ମଧ୍ୟ ଭୁଲ କହୁଛନ୍ତି । ହେଲେ ଦୋଷ ଦେଉଛନ୍ତି, ପିଲାମାନେ ପାଠ ପଢୁନାହାନ୍ତି, ପୁଷ୍ଟିହୀନତା ଯୋଗୁଁ ସେମାନଙ୍କ ସ୍ମରଣଶକ୍ତି ହ୍ରାସ ପାଉଛି। ମଧ୍ୟାହ୍ନ ଭୋଜନ ରୋଷେଇ ଲାଗି ପିଲାମାନଙ୍କୁ ବଡ ବଡ ହଣ୍ଡାରେ ପାଣି ବୋହିବା ଲାଗି ଶିକ୍ଷକ ବାଧ୍ୟ କରୁଛନ୍ତି । ଢେଙ୍କାନାଳ ସାଂସଦ ତଥାଗତ ବାବୁ ତାଙ୍କ ୪ଟି କାର୍ଯ୍ୟକାଳ ଭିତରେ କେବେହେଲେ ଏହି ଅଂଚଳ ପରିଦର୍ଶନ କରିନାହାନ୍ତି । ବିଜେଡି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ଏବଂ ପରଜଙ୍ଗ ବିଧାୟକ ଏହି ଆଦିବାସୀଙ୍କୁ କେବେ ହେଲେ ଆଡ ଆଖିରେ ଦେଖୁନଥିବା ଯୋଗୁଁ ବିକାଶ ସେମାନଙ୍କ ଠାରୁ ବହୁ ଦୁରରେ । କୌଣସି ଶିକ୍ଷା ଅଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀ ବିଦ୍ୟାଳୟ ପରିଦର୍ଶନରେ ଯାଉନଥିବାରୁ ତାର ସୁଯୋଗ ନେଉଛନ୍ତି ଶିକ୍ଷକମାନେ ।

ରାଜ୍ୟ ସରକାରଙ୍କ ନାରା “ସଭିଏଁ ବଢନ୍ତୁ, ସଭିଏଁ ପଢନ୍ତୁ’ ର ଅର୍ଥ ଯେ ଆଦିବାସୀଙ୍କ ପ୍ରତି କୌଣସି ମାନେ ରଖେ ନାହିଁ ତାହା ନଗଡା ଶିଶୁ ମୃତ୍ୟୁ ଏବଂ ଏକୁଲ ର ଶିକ୍ଷା ବ୍ୟବସ୍ଥାରୁ ସ୍ପଷ୍ଟ ପ୍ରମାଣିତ ହେଉଛି । ନ୍ୟୁଜ୍ ସହ ଦେଖିବା ଏହି ଭିଡିଓ :