ମୁଖ୍ୟମନ୍ତ୍ରୀଙ୍କୁ ପୁଣି ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

28

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି ନବୀନ ୧୭ ବର୍ଷର ଶାସନ ଯୋଗୁଁ ଅହଙ୍କାରୀ ହୋଇଯାଇଛନ୍ତି । ତେଣୁ ଓଡିଶାରେ ଗରୀବ ମୁହଁରେ ହସ ଫୁଟାଇବା ପାଇଁ ୨ବର୍ଷ ଧରି ସଂଘର୍ଷ କରିବାକୁ ପଡିବ ।

ରାଜ୍ୟର ନେତୃତ୍ୱ ପରିବର୍ତନ କରିବାକୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର । ଯାଜପୁରରେ ଏକ କର୍ମୀ ସଭାକୁ ଉଦବୋଧନ ଦେଇ ସେ ଏହା କହିଛନ୍ତି । ତୃଣମୂଳ ସ୍ତରରୁ କର୍ମୀଙ୍କ ମନୋବଳକୁ ଦୃଢ଼ କରିବା ପାଇଁ ଆସନ୍ତା ମାସରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ୩ଦିନିଆ ଓଡିଶା ଗସ୍ତରେ ଆସିବେ ବୋଲି ସୂଚନା ଦେଇଛନ୍ତିି ଧର୍ମେନ୍ଦ୍ର ।