ଅନଲାଇନ ଔଷଧ ବିକ୍ରି ଉପରେ ଲାଗିଲା ରୋକ : ଦିଲ୍ଲୀ ହାଇକୋର୍ଟ ଲଗାଇଲେ କଟକଣା, ସାରା ଦେଶରେ ଲାଗୁ ହେବ ନିୟମ

ଦିଲ୍ଲୀ ହାଇକୋର୍ଟ ଏବେ ଏହା ଉପରେ ଗରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

109

ଅନଲାଇନ ଔଷଧ ବିକ୍ରି ଉପରେ ଲାଗିଲା ରୋକ । ଦିଲ୍ଲୀ ହାଇକୋର୍ଟ ଅନଲାଇନ ଔଷଧ ବିକ୍ରି ଉପରେ ରୋକ ଲଗାଇଛନ୍ତି । ଏକ ଆବେଦନ ଉପରେ ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଡର୍ମାଟୋଲୋଜିଷ୍ଟ ଜହିର ଅହମ୍ମଦଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ହେୟ ଜ୍ଞାନ କରାଯାଇପାରିବ ନାହିଁ । ତେଣୁ ଏହା ଉପରେ ତୁରନ୍ତ ରୋକ ଲଗାଇବା ଉଚିତ । ଆବେଦନ କର୍ତ୍ତା ଆବେଦନରେ ଦର୍ଶାଇଥିଲେ ଯେ ସବୁ ନିୟମକୁ ଉଲ୍ଲଂଘନ କରାଯାଇ ଅନଲାଇନରେ ମେଡିସିନ ବିକ୍ରି କରାଯାଉଛି । ଡାକ୍ତରଙ୍କ ବିନା ପ୍ରେସକ୍ରିପ୍ସନରେ ମେଡିସିନ ଦିଆଯାଉଛି । ତେଣୁ ଦିଲ୍ଲୀ ହାଇକୋର୍ଟ ଏବେ ଏହା ଉପରେ ଗରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହା ଏବେ ସାରା ଦେଶରେ ଲାଗୁ ହେବ ।

ଏହି ପିଟିସନରେ ସରକାରଙ୍କ ଉପରେ ବି ଉଠିଛି ପ୍ରଶ୍ନ । ଅହମଦ୍ ନିଜ ପିଟିସନରେ କହିଛନ୍ତି କି ଲୋକ ବିନା କୌଣସି ଲାଇସେନ୍ସରେ ଅନଲାଇନ ଔଷଧ ବିକ୍ରି କରୁଛନ୍ତି । ଅନେକ ଔଷଧ ଏମିତି ଥାଏ, ଯାହା ଡାକ୍ତରଙ୍କ ବିନା ପରାମର୍ଶରେ ନେବା ଉଚିତ୍ ନୁହେଁ । ଦୋକାନରେ ଏମିତି ଔଷଧ ଡାକ୍ତରଙ୍କ ପ୍ରେସକ୍ରିପ୍ସନ ବିନା ବିକ୍ରି କରାଯାଏ ନାହିଁ । କିନ୍ତୁ ଅନଲାଇନରେ ଏହା ସହଜରେ ଉପଲବ୍ଧ ହୋଇଥାଏ । ପିଟିସନରେ କୁହାଯାଇଛି କି, ସରକାର ଏହି ସମସ୍ତ ଜିନିଷ ବିଷୟରେ ଜାଣିଛନ୍ତି, କିନ୍ତୁ ତଥାପି ବ ଏଥିପାଇଁ କୌଣସି କଡା ପଦକ୍ଷେପ ନିଅନ୍ତିନି ।