ଭର୍ତୃହରିଙ୍କ ଲେଖାକୁ ନେଇ ପ୍ରତିକ୍ରିୟା ରଖିଲେ ଦାମ ! କହିଲେ, ଠିକ୍ କହିଥିଲେ ତଥାଗତ

19

କନକ ବ୍ୟୁରୋ : ବିଜେପିକୁ କଟକ ସାଂସଦ ଭର୍ତୃହରି ମହତାବଙ୍କ ପ୍ରଂଶସା ନେଇ ବିଜେଡି ଉପସଭାପତି ଦାମ ରାଉତ ଆଜି ପ୍ରତିକ୍ରିୟା ରଖିଛନ୍ତି । ଦାମ କହିଛନ୍ତି, ଦଳ ଭିତରେ ରହି ଦଳ ବାହାର କଥା କହିବା ଠିକ୍ ନୁହେଁ । ତଥାଗତ ଯାହା କହିଛନ୍ତି ଠିକ୍ କହିଛନ୍ତି । ସେ ବୈଜୟନ୍ତ ଓ ଭର୍ତୃହରିଙ୍କ କ୍ଷେତ୍ରରେ ସେମିତି କିଛି ଦେଖିଥିବେ । ବିଜେପି ସରକାର ସଂଘୀୟ ପରମ୍ପରାକୁ ଉଲ୍ଲଙ୍ଘନ କରିଛି । ବିଜେପି ଯଦି କିଛି କରିଛି ତାହା ଲୋକଙ୍କୁ ଭର୍ତୃହରି ଜଣାନ୍ତୁ ବୋଲି କହିଛନ୍ତି ଦାମ ।