ନିଆଳିରେ ମେଣ୍ଢା ମୃତ୍ୟୁ ଘଟଣାରେ ପଶୁସମ୍ପଦ ମନ୍ତ୍ରୀ ଦାମ ରାଉତଙ୍କ ପ୍ରତିକ୍ରିୟା : କହିଲେ, ହେଟାବାଘ ଆକ୍ରମଣରେ ମେଣ୍ଢାଙ୍କ ମୃତ୍ୟୁ ସନ୍ଦେହ

20

କନକ ବ୍ୟୁରୋ : କଟକ ଜିଲ୍ଲା ନିଆଳି ଅଂଚଳରେ ମେଣ୍ଢାମାନଙ୍କ ସନ୍ଦେହନଜକ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତ ପ୍ରାଣୀସମ୍ପଦ ମନ୍ତ୍ରୀ ଦାମୋଦର ରାଉତ । ହେଟାବାଘ ଆକ୍ରମଣରେ ମେଣ୍ଢାଙ୍କ ମୃତ୍ୟୁ ହେଉଥିବା ସନ୍ଦେହ କରାଯାଉଥିବା ସେ ସୂଚନା ଦେଇଛନ୍ତି ।

ଏହି ଘଟଣା ସମ୍ପର୍କରେ ଦାମୋଦର ରାଉତ ସ୍ଥାନୀୟ ସିଡିଭିଓଙ୍କ ସହ ଆଲୋଚନା କରିଥିବା କହିଛନ୍ତି । ଏପରିକି ଏନେଇ ଉଚିତ ପଦକ୍ଷେପ ନେବାକୁ ଜଙ୍ଗଲ ବିଭାଗକୁ ମଧ୍ୟ ପରାମର୍ଶ ଦିଆଯାଇଛି ବୋଲି ଦାମ ରାଉତ ସୂଚନା ଦେଇଛନ୍ତି  ।