ବୈଜୟନ୍ତଙ୍କ ଟ୍ୱିଟ ପରେ ବିଜେଡି ଦେଲା ଆହ୍ୱାନ : ଦାମ କହିଲେ, ଦୁର୍ନୀତିଗ୍ରସ୍ତ ଆଇଏଏସଙ୍କ ନାଁ ପ୍ରକାଶ କରନ୍ତୁ ସାଂସଦ

21

କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିବାଦୀୟ ଟ୍ୱିଟକୁ ନେଇ ରାଜନୀତି ଜୋରଦାର ହୋଇଛି । ରାଜ୍ୟରେ ଆଇଏଏସ ଅଫିସର, ନେତାଙ୍କ ସହ ମିଶି ଲୁଟ୍ କରୁଛନ୍ତି ବୋଲି ବୈଜୟନ୍ତ ଟ୍ୱିଟ କରିଥିଲେ । ଏହାକୁ ନେଇ ବୈଜୟନ୍ତଙ୍କୁ  ଦୁର୍ନୀତିଗ୍ରସ୍ତ ନେତାଙ୍କ ନାଁ ପ୍ରକାଶ କରିବାକୁ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଆହ୍ୱାନ ଦେଇଛନ୍ତି । ଦାମ କହିଛନ୍ତି, ଏମିତି ହେଲେ ଦୁର୍ନୀତି କମିଯିବ । ଗୁହାଳ ପୋଛିବାକୁ ନକହି ଟୋକେଇ ଫିଙ୍ଗିଲେ କିଛି ଲାଭ ହେବନି ବୋଲି ଦାମ ପ୍ରତିକ୍ରିୟାରେ କହିଛନ୍ତି  ।