କନକ ବ୍ୟୁରୋ : ରେଭେନ୍ସା ବିଶ୍ୱବିଦ୍ୟାଳୟ ରାଗିଂ ଘଟଣାରେ ପୁଲିସର ତଦନ୍ତ ଆରମ୍ଭ । ଜଣେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୁଲିସ୍ । ଗିରଫ ଅଭିଯୁକ୍ତ ଅଂଶୁମାନ ମହାନ୍ତି । +୩ ଦ୍ୱିତୀୟ ବର୍ଷର ଛାତ୍ର । ଏନେଇ କଟକ ଡିସିପି ଅଖିଲେଶ୍ୱର ସିଂହ ସୂଚନା ଦେଇଛନ୍ତି ।
ତେବେ ଆକ୍ରମଣ ଘଟଣାରେ ଏକାଧିକ ଛାତ୍ର ସମ୍ପୃକ୍ତ ଥିବା ବେଳେ ତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଡିସିପି କହିଛନ୍ତି । ତେବେ ଏପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେନେଇ କୂଳପତିଙ୍କ ସହ ଆଲୋଚନା କରାଯିବ ବୋଲି ଡିସିପି କହିଛନ୍ତି ।
Comments are closed.