ଅପରାହ୍ନ୨ଟା ପର୍ଯ୍ୟନ୍ତ ସୋରରେ କୋହଳ ହେଲା କର୍ଫ୍ୟୁ

38

ସୋର : ଗତକାଲି ସନ୍ଧ୍ୟା ୬ଟାରୁ ବାଲେଶ୍ୱର ଜିଲ୍ଲା ସୋର ସହରରେ ଲଗାଯାଇଥିବା କର୍ଫ୍ୟୁକୁ କୋହଳ କରିଦିଆଯାଇଛି । ଗଣେଶ ଭସାଣିକୁ ନେଇ ସୋର ସହରରେ ଅଶାନ୍ତି ସୃଷ୍ଟି ହେବା ପରେ ଗତକାଲି ସନ୍ଧ୍ୟା ୬ରୁ ଆଜି ସକାଳ ୬ଟା ପର୍ୟ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିଲା । ଆଜି ପବିତ୍ର ଇଦ୍‌-ଉଲ୍‌-ଜୁହା ଥିବାରୁ ସହରରେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି ।

ଏହି ସମୟରେ କୌଣସି ସଭା କିମ୍ବା ଶୋଭାଯାତ୍ରା କରାଯିବା ଉପରେ କଟକଣା ଲଗାଯାଇଛି । କେବଳ ପ୍ରାର୍ଥନା ପାଇଁ ଅନୁମତି ମିଳିଛି ।