ରାଜରାସ୍ତାରେ ପାଜେରୋ ପଲିଟିକ୍ସ : ବିକ୍ଷୋଭ ବେଳେ ପୁଲିସ ସହ କଂଗ୍ରେସର ଧସ୍ତାଧସ୍ତି

33

ଭୁବନେଶ୍ୱର : ସଂଜୟ ଦାସବର୍ମାଙ୍କ ଇସ୍ତଫା ଦାବିରେ କଂଗ୍ରେସର ରଣହୁଙ୍କାର । ଏନେଇ ପୁଲିସ ସହ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । କର୍ମୀଙ୍କୁ ଅଟକାଇବାକୁ ଯାଇ ପୁଲିସ ନାକେଦମ୍ ହୋଇଛି  । ଚିଟଫଣ୍ଡ ସଂସ୍ଥା ଏଟି ଗ୍ରୁପ୍ ଠାରୁ ମନ୍ତ୍ରୀ ସଂଜୟ ଦାସବର୍ମା ପାଜେରୋ ନେଇଥିବା ଅଭିଯୋଗ କରିଆସୁଛି କଂଗ୍ରେସ । ଯାହାକୁ ନେଇ ଦଳ ଆନେ୍ଦାଳନର ରାସ୍ତା ଆପଣାଇଛି । ପୂର୍ବରୁ ଏହି ପ୍ରସଙ୍ଗରେ ପୁରୀ ଓ ବ୍ରହ୍ମଗିରିରେ ମଧ୍ୟ ଆନ୍ଦୋଳନ କରିସାରିଛି ଦଳ ।

ସେପଟେ ଚିଟଫଣ୍ଡ ସଂପୃକ୍ତି ଅଭିଯୋଗରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଇସ୍ତଫା ଦାବି କରିଛି ବିଜେପି । ଅର୍ଥତତ୍ୱ ଠାରୁ ପାଜେରୋ ଉପହାର ନେବା ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ସିବିଆଇ ନୋଟିସ ଜାରି କରିବା ପରଠାରୁ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବରିଷ୍ଠ କଂଗ୍ରେସ ନେତା ସଂଜୟଙ୍କ ପାଜେରୋକୁ ନେଇ ଗଣମାଧ୍ୟରେ ତଥ୍ୟ ଦେବା ପରେ ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର ଧରିଛି । ଆଜି ବିଧାନସଭାରେ ମଧ୍ୟ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ  ଇସ୍ତଫା ଦାବି କରିଥିଲା ବିଜେପି । ଯାହାର କାଉଂଟର ଆଟାକ୍ କରିଥିଲା ବିଜେଡି । ଆଉ ସରକାରୀ ଦଳର ପ୍ରସଙ୍ଗ ଥିଲା ବ୍ୟାପମ୍ ଦୁର୍ନୀତି । ବ୍ୟାପମ୍ ଦୁର୍ନୀତି ସହ ସମ୍ପୃକ୍ତି ଅଭିଯୋଗ ଆଣି କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡି ।