ରାଜ୍ୟ କଂଗ୍ରେସରେ ହଟଚମଟ :୨୩ ଜିଲ୍ଲା ସଭାପତିଙ୍କ ଦିଲ୍ଲୀ ଗସ୍ତ,ଅପରାହ୍ନରେ ରାହୁଲଙ୍କୁ କରିପାରନ୍ତି ସାକ୍ଷାତ

18

କନକ ବ୍ୟୁରୋ :ରାଜ୍ୟ କଂଗ୍ରେସରେ ଏବେ ଗୋଳିଆ ପାଣିର ସୁଅ । ଆଜି ୨୩ ଜଣ ସଭାପତିଙ୍କ ଦିଲ୍ଲୀ ଗସ୍ତକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । “ମୁଁ ନୁହେଁ ଆମେର’ ସ୍ଲୋଗାନରୁ ସଭାପତିତ୍ୱ ଆରମ୍ଭ କରିଥିବା ପ୍ରସାଦ ହରିଚନ୍ଦନଙ୍କ ପାଇଁ ଏହା ଏସିଡ ଟେଷ୍ଟ ହୋଇପାରେ ବୋଲି ମଧ୍ୟ କୁହାଯାଉଛି । ଆଜି ଅପରାହ୍ନ ୪ଟା ବେଳେ ରାହୁଲ ଗାନ୍ଧୀଙ୍କ ସହ ଜିଲ୍ଲା ସଭାପତି ମାନଙ୍କର ସାକ୍ଷାତ କାର୍ଯ୍ୟକ୍ରମ ରହିଛି ।

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ତାଙ୍କର ସରକାରୀ ବାସଭବନରେ ଜିଲ୍ଲା କଂଗ୍ରେସ ସଭାପତି ମାନଙ୍କୁ ଭେଟିବେ । କୁହାଯାଉଛି କି ପ୍ରଥମ ପର୍ଯ୍ୟାୟରେ ପ୍ରସାଦ ଅନୁଗତ ଜିଲ୍ଲା ସଭାପତିମାନେ ଦିଲ୍ଲୀ ଗସ୍ତ କରୁଛନ୍ତି । ଏପରି ମଧ୍ୟ କୁହାଯାଉଛି ଯେ ସମସ୍ତ ଜିଲ୍ଲା ସଭାପତି ମାନଙ୍କୁ ଦିଲ୍ଲୀରୁ ଡାକରା ଆସିଥିବା ବେଳେ ପ୍ରସାଦ ବିରୋଧୀ ରାହୁଲଙ୍କୁ ଭେଟିବାକୁ ଅନିଛୁକ । କେତେ ଜଣ ଜିଲ୍ଲା ସଭାପତି ଦିଲ୍ଲୀ ଦରବାରକୁ ଯାଉଛନ୍ତି ଓ ହାଇକମାଣ୍ଡଙ୍କ ସହ କଣ ଆଲୋଚନା କରୁଛନ୍ତି ଏହାରି ଉପରେ କଂଗ୍ରେସର ଆଗାମୀ କାର୍ଯ୍ୟପନ୍ଥା ନିର୍ଭର କରୁଛି ।