କଂଗ୍ରେସ ପ୍ରତିଷ୍ଠା ଦିବସରେ ବିଜେପିକୁ ରାହୁଲଙ୍କ ସମାଲୋଚନା ! କହିଲେ ଆମ୍ବେଦକର ଦେଇଥିବା ସମ୍ବିଧାନ ବିପଦରେ, ମିଛ କହି ଆଗକୁ ବଢ଼ୁଛି ଭାରତୀୟ ଜନତା ପାର୍ଟି

23

କନକ ବ୍ୟୁରୋ : କଂଗ୍ରେସର ପ୍ରତିଷ୍ଠା ଦିବସରେ କେନ୍ଦ୍ର ସରକାରଙ୍କୁ ପରୋକ୍ଷରେ ହମଲା କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ସେ କହିଛନ୍ତି, ଦେଶର ସମ୍ବିଧାନ ବିପଦରେ । ସମ୍ବିଧାନ ଉପରେ ଆକ୍ରମଣ ହେଉଛି । କିନ୍ତୁ ଆମର କର୍ତବ୍ୟ ହେଉଛି ସମ୍ବିଧାନର ରକ୍ଷା କରିବା । ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ ଆଜି ପାଳୁଛି ୧୩୩ ତମ ପ୍ରତିଷ୍ଠା ଦିବସ । ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ଏହା ପ୍ରଥମ ସ୍ଥାପନା ଦିବସ ସମାରୋହ । ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସ୍ଥାପନା ଦିବସରେ ରାହୁଲ କହିଛନ୍ତି କଂଗ୍ରେସ ସବୁବେଳେ ସତର ସହ ରହିଛି । ଆଜି ସକାଳେ ରାହୁଲ ଗାନ୍ଧି ଦିଲ୍ଲୀସ୍ଥିତ କଂଗ୍ରେସ ଅଫିସରେ ପହଂଚି ଦଳୀୟ ପତାକା ଉତୋଳନ କରିଥିଲେ । ବିଜେପି ଉପରେ ଆକ୍ରମଣ କରି ରାହୁଲ କହିଛନ୍ତି, ମିଛ କହି ବିଜେପି ଆଗକୁ ବଢୁଛି । ଆମେ ହାରିଗଲେ ବି ସତ କଥା କହିବାକୁ ଭୁଲିବୁ ନାହିଁ ।

ଅନ୍ୟପଟେ କଂଗ୍ରେସର ୧୩୩ତମ ପ୍ରତିଷ୍ଠା ଦିବସରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ପ୍ରତିକ୍ରିୟା ଦେଇନ୍ତି । ସେ କହିଛନ୍ତି ବର୍ତମାନ ସମୟ କଂଗ୍ରେସ ପାଇଁ ଆହ୍ୱାନ । ବିଜେପୁର ଉପ ନିର୍ବାଚନରେ ଦଳ ନିଶ୍ଚୟ ସଫଳ ହେବ ।