ହାର ମାନିଲେ ସଂଜୟ ଲୀଲା ଭନସାଲୀ! ‘ପଦ୍ମାବତୀ’କୁ ନେଇ କରଣୀ ସେନା ସହିତ କଲେ ବୁଝାମଣା

26

ସିନେମା ‘ପଦ୍ମାବତୀ’କୁ ନେଇ ରାଜପୁତଙ୍କ ଆଗରେ ହାର ମାନିଲେ ନିର୍ଦ୍ଦେଶକ ସଂଜୟ ଲୀଲା ଭନସାଲୀ । ଆଜି ଜୟପୁରରରେ ଭନସାଲୀ ପ୍ରଡକ୍ସନ ତରଫରୁ କମ୍ପାନୀର ସିଇଓ ଶୋଭା ସନ୍ତ କରଣୀ ସେନାର ନେତାଙ୍କ ସହ ପ୍ରେସ କନଫରେନ୍ସ କରିଛନ୍ତି ।

ଭନସାଲୀ ପ୍ରଡକ୍ସନ ରାଜପୁତ ସମାଜକୁ ଭରସା ଦେଇଛି ଯେ ‘ପଦ୍ମାବତୀ’ ସିନେମାରେ ଆଲାଉଦୀନ ଖିଲଜୀ ଓ ରାଣୀ ପଦ୍ମାବତୀଙ୍କ ମଧ୍ୟରେ କୈାଣସି ରୋମାଣ୍ଟିକ କିମ୍ବା ଆପତ୍ତିଜନକ ଦୃଶ୍ୟ ନାହିଁ । ଭଂସାଲୀଙ୍କ ଉପରେ ଆକ୍ରମଣ କରିଥିବା କରଣୀ ସେନାର ନେତା ମହିପାଲ ସିଂ ମକରନା କହିଛନ୍ତି ତାଙ୍କର ଯାହା ଦାବି ଥିଲା ତାହା ମାନି ନିଆ ଯାଇଛି ।

ଦୁଇ ଦିନ ପୂର୍ବରୁ ଜୟପୁରର ଜୟଗଡ କିଲ୍ଲାରେ ସିନେମା ‘ପଦ୍ମାବତୀ’ର ସେଟରେ କରଣୀ ସେନାର ଲୋକମାନେ ସଞ୍ଜୟ ଲୀଲା ଭଂସାଲୀଙ୍କ ଉପରେ ଆକ୍ରମଣ କରିଥିଲେ । କରଣୀ ସେନାର ଆରୋପ ଥିଲା ଏହି ସିନେମା ଇତିହାସ ସହ ଅନ୍ୟାୟ କରୁଛି ।