ଏହି କମ୍ପାନୀରେ ଲାଗୁ ହେଲା ନୂଆ ନିୟମ : ଧୂମପାନ କରୁନଥିବା କର୍ମଚାରୀଙ୍କୁ ଦେବ ଅଧିକ ଛୁଟି 

225

ଯଦିି ଆପଣଙ୍କ ଅଫିସରେ ବି ଏହି ନିୟମ ଲାଗୁ ହୋଇଯାଏ କି ସିଗାରେଟ୍ ଟାଣୁନଥିବା କର୍ମଚାରୀଙ୍କୁ ସିଗାରେଟ୍ ଟାଣୁଥିବା କର୍ମଚାରୀଙ୍କ ଠାରୁ ଅଧିକ ଛୁଟି ମିଳିବ । ତେବେ କେମିତି ହେବ । ଏମିତି ହେବା ଦ୍ୱାରା ବୋଧହୁଏ କିଛି କର୍ମଚାରୀ ସିଗାରେଟ୍ ଟାଣିବା ଛାଡି ଦିଅନ୍ତି । ହୋଇପାରେ ଏହି ଖବର ପଢ଼ି ଆପଣଙ୍କୁ ମିଛ ଲାଗୁଥାଇପାରେ । କିନ୍ତୁ ସତରେ ଏକ କମ୍ପାନୀ ଏମିତି କରିଛି । ସେହି କମ୍ପାନୀର ନୂଆ ନିୟମ ଅନୁସାରେ, ସ୍ମୋକିଙ୍ଗ ଛାଡୁଥିବା କର୍ମଚାରୀଙ୍କୁ ସ୍ମୋକ କରୁଥିବା କର୍ମଚାରୀଙ୍କ ତୁଳନାରେୀ ଅଧିକ ଛୁଟି ଦିଆଯିବ । ଏକ ମାର୍କେଟିଙ୍ଗ କମ୍ପାନୀ ତରଫରୁ ଏହି ପଦକ୍ଷେପ କର୍ମଚାରୀଙ୍କୁ ଅଧିକରୁ ଅଧିକ ସ୍ୱାସ୍ଥ୍ୟକର ଜୀବନଚର୍ଯ୍ୟା ପ୍ରତି ପ୍ରେରିତ କରିବା ପାଇ କରାଯାଇଛି ।

ପିଲାଲା ଇଙ୍କ ନାମକ ମାର୍କେଟିଙ୍ଗ କମ୍ପାନୀ ତରଫରୁ ନିଜର ଏମିତି ଏକ କର୍ମଚାରୀଙ୍କୁ ପ୍ରତି ବର୍ଷ ୬ଟି ଛୁଟି ଅଧିକ ଦେବା ପାଇଁ ଘୋଷରା କରାଯାଇଛି । ଯିଏ ସ୍ମୋକିଙ୍ଗ କରନ୍ତିନି କିମ୍ବା ସ୍ମୋକିଙ୍ଗ ଛାଡିବାର ନିଷ୍ପତ୍ତି ନେଇଛନ୍ତି । ପ୍ରକୃତରେ କମ୍ପାନୀର ସ୍ମୋକିଙ୍ଗ କରୁନଥିବା ଜଣେ କର୍ମଚାରୀଙ୍କ ତରଫରୁ ଅଭିଯୋଗ କରାଯାଇଥିଲା କି, ଧୂମପାନ କରୁଥିବା କର୍ମଚାରୀ ତାଙ୍କ ଠାରୁ ଅଧିକ ବ୍ରେକ୍ ନେଉଛନ୍ତି ଓ ଏହା ଦ୍ୱାରା କମ୍ପାନୀର ଉତ୍ପାଦନ ପ୍ରଭାବିତ ହୁଏ । ସେ ଏହା ବି କହିଛନ୍ତି କି, ଅଫିସ ୨୯ତମ ମହଲାରେ ଥିବାବେଳେ ସ୍ମୋକିଙ୍ଗ ରୁମ୍ ବେସମେଂଟରେ ଅଛି ।