କଲେକ୍ଟର ଦେଲେ ସମ୍ମାନର ଶ୍ରେଷ୍ଠ ଉଦାହରଣ ! ଡ୍ରାଇଭରଙ୍କୁ ଗାଡିରେ ବସାଇ ନିଜେ ଚଲାଇଲେ ଗାଡି ।

38

ଘରୁ କନ୍ୟାର ବିଦାଇ ହେଉ କିମ୍ବା ଚାକିରୀରୁ ଅବସର ବିଦାୟ ବେଳର ସମୟ ଅତ୍ୟନ୍ତ ଦୁଃଖଦାୟକ ହୋଇଥାଏ । ତେବେ ଚାକିରୀ କ୍ଷେତ୍ରରେ ସହକର୍ମୀଙ୍କ ସହ ମିଳିମିଶି କାମ କରିଥିବା ସମୟ ଅବସର ନେବା ସମୟରେ ଜୀବିତ ହୋଇ ଉଠିଥାଏ । ବହୁ ବର୍ଷରୁ କାମ କରି ଆସୁଥିବା ଉକ୍ତ ସ୍ଥାନରୁ ଯିବାକୁ ଇଚ୍ଛା ହୋଇନଥାଏ । ତେବେ ଏହି ସମୟରେ ସହକର୍ମୀଗଣ ଅବସର ନେଉଥିବା ବ୍ୟକ୍ତିଙ୍କୁ ଖୁସି କରିବା ପାଇଁ କିଛି ନା କିଛି ମନୋରଞ୍ଜନ କିମ୍ବା ଭେଟି ପ୍ରଦାନ କରିଥାନ୍ତି । ଯାହାକୁ ସେ ସ୍ମୃତିସ୍ୱରୁପ ମନେ ପକାଇ ଖୁସି ମନରେ ଅବସର ନେଇପାରିବେ ।

ତେବେ ଏଭଳି ଏକ ଅବସର କାଳୀନ ସମୟକୁ ଭୁଲି ପାରିନଥିଲେ କର୍ଣ୍ଣାଟକ କରୁର ଜିଲ୍ଲାର ପରମାଶିବମ୍ ସ୍ୱାମୀ । ୩୫ ବର୍ଷ ନିଷ୍ଠାପର ଭାବେ ଚାକିରୀ କରି ଐତିହାସିକ ବିଦାୟ ନେଇଥିବା ପରମାଶିବମ୍ ନିଜକୁ ଭାଗ୍ୟଶାଳୀ ମନେକରନ୍ତି । ସେ କଲେକ୍ଟର ଅଫିସରେ ଡ୍ରାଇଭର ଭାବରେ କାମ କରି ପରିବାର ପୋଷଣ କରୁଥିଲେ । ନିଜ ଚାକିରୀ ଜୀବନକାଳ ମଧ୍ୟରେ ୮ ରୁ ଅଧିକ କଲେକ୍ଟରଙ୍କ ଗାଡି ଚଳାଇଛନ୍ତି ପରମାଶିବମ୍ ।

ତାଙ୍କର ଅବସର ସମୟକୁ ଚିର ସ୍ମରଣୀୟ କରିବାର ନିଷ୍ପତ୍ତି ନେଇଥିଲେ ଖୋଦ୍ କଲେକ୍ଟର ସାହେବ । ଟି.ଅମ୍ବାଝଗନ୍ ନାମକ ଜିଲ୍ଲା କଲେକ୍ଟର ପରମାଶିବମଙ୍କୁ ତାଙ୍କ ଅବସର ସମୟରେ ନିଜ ଗାଡିରେ ତାଙ୍କୁ କାର୍ ପଛରେ ବସାଇ ନିଜେ ଡ୍ରାଇଭିଂ କରି ତାଙ୍କୁ ସସମ୍ମାନେ ଘରେ ନେଇ ଛାଡିଥିଲେ । କଲେକ୍ଟରଙ୍କର ଏଭଳି କାର୍ଯ୍ୟକଳାପ ପରମାଶିବମ୍ ଏବଂ ତାଙ୍କ ପରିବାର ଆଖିରେ ଲୁହ ଆଣିଦେଇଥିଲା । ଲୋକମାନେ ଏହାକୁ କଲେକ୍ଟରଙ୍କ ଦୟାଳୁ ସ୍ୱଭାବ କହିବା ସହ ପରମାଶିବମଙ୍କ ଚାକିରୀ ପ୍ରତି ଥିବା କର୍ତ୍ତବ୍ୟ ନିଷ୍ଠାପରତାର ଫଳ କହିଥିଲେ ।