ଚଳନ୍ତା ଗାଡିରେ ଯୁବତୀଙ୍କୁ ଅସଦାଚରଣ ଘଟଣା ! ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ କଲେ କଟକ ଡିସିପ

19

କନକ ବ୍ୟୁରୋ : ଚଳନ୍ତା ଗାଡିରେ ଯୁବତୀଙ୍କୁ ଅସଦାଚରଣ ଘଟଣା । ତଦନ୍ତ ଆରମ୍ଭ କଲେ କଟକ ଡିସିପି । ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କଟକ ଡିସିପି ସଂଜୀବ ଅରୋରା ନିଜେ ଏହାର ତଦନ୍ତ କରୁଛନ୍ତି । କାହିଁକି ଏମିତି ହେଲା ଏବଂ ଏଥିପାଇଁ କିଏ ଦାୟୀ ସେନେଇ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ନିର୍ଦେଶ ଦେଇଛନ୍ତି ।

ଏହାପରେ କମିଶନରେଟ୍ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ବସ୍ ଭିତରେ ଅସଦାଚରଣର ଶିକାର ହୋଇଥିବା ଯୁବତୀ ଜଣକ ୧୦୦ ନମ୍ବରକୁ ଫୋନ୍ ଲଗାଇବା ସହ ମହିଳା ହେଲ୍ପ ଲାଇନ୍ ନମ୍ବର ୧୦୯୧କୁ ବି ଫୋନ୍ ଲଗାଇଥିଲେ । ହେଲେ କେହି ଫୋନ୍ ଉଠାଇଲେନି । ତେଣୁ ଘଟଣାକୁ ନେଇ ସୋସିଆଲ ମିଡିଆ ସହ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-