ଯୋଗୀ ଶାସନରେ ଲୋକେ ହେଲେ ଭିକାରୀ ! ବିରିଆନି ଏବଂ କବାବ୍ ଜାଗାରେ ବିକିଲେ କରମଙ୍ଗା ଓ ତେନ୍ତୁଳି

128

ଯେବେଠାରୁ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ସିଂହାସନରେ ବସିଛନ୍ତି ସେବେଠାରୁ ଅନେକ ଲୋକଙ୍କ ଦାନାପାଣି ଏକପ୍ରକାରେ ବନ୍ଦ ହୋଇଯାଇଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ବେଆଇନ କଂସେଇଖାନା ଉପରେ କଟକଣା କରାଯିବା ଦ୍ୱାରା ଏହାର ସିଧା ସଳଖ ପ୍ରଭାବ ପଡିଛି ମାଂସ ବିକାଳୀଙ୍କ ଉପରେ ।

ମାଂସ ବିକ୍ରେତା ଏବେ ବେରୋଜଗାର ସ୍ଥିତିରେ । ଖାଲି ସେତିକି ନୁହେଁ ବିରିଆନୀ ଏବଂ କବାବ୍ ବିକ୍ରି କରିବା ବଦଳରେ ସେମାନେ ଅନ୍ୟ ପନ୍ଥାକୁ ଆପଣାଇବାକୁ ବାଧ୍ୟ ହୋଇଛନ୍ତି । ଆଉ ଏବେ ସେମାନେ ବିରିଆନି ଏବଂ କବାବ୍ ଜାଗାରେ ବିକିଲେ କରମଙ୍ଗା ଓ ତେନ୍ତୁଳି ବିକୁ ଥିବାର ଶୁଣିବାକୁ ମିଳିଛି । ତେବେ ମାଂସ ବିକ୍ରି କାରବାରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଗାଇଥିବା ରୋକ୍ ବଦଳରେ ଏକ ବିକଳ୍ପବ୍ୟବସ୍ଥା କରିବାକୁ ସେମାନେ ଗୁହାରୀ କରିଛନ୍ତି ।

ତେବେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଆଶ୍ୱାସ୍ତି ପାଇଛନ୍ତି ମାଂସଦୋକାନୀ । ମାଂସ ବ୍ୟବସାୟୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଥିଲେ । ଜାତି, ଧର୍ମ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବନି ବୋଲି ଏହି ବୈଠକରେ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ।