ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଆଗରୁ ଅଶାନ୍ତ ବାଣୀବିହାର କ୍ୟାମ୍ପସ୍ : ଛାତ୍ର କଂଗ୍ରେସ – ପୁଲିସ୍ ମୁହାଁମୁହିଁ

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଆଗରୁ ଅଶାନ୍ତ ହୋଇପଡିଛି ବାଣୀବିହାର କ୍ୟାମ୍ପସ । ଛାତ୍ର କଂଗ୍ରେସ – ପୁଲିସ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମଳିଛି । ଏନେଇ ପୁଲିସ୍  ୩୦ ଛାତ୍ର କଂଗ୍ରେସ ସଦସ୍ୟଙ୍କୁ ଗିରଫ କରିଛି । ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଜି ବିଭିନ୍ନ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ସେଥିଲାଗି ବାଣୀବିହାରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନବୀନ ଆଜି ଅପରାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟ ଯାଉଥିବାବେଳେ କ୍ୟାମ୍ପସରେ ୨୦ ପ୍ଲାଟୁନ ପୁଲିସ୍ ଓ ୫୦ ଜଣ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । କାରଣ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଅଣ୍ଡାମାଡ ସହ କଳା ପତାକା ପ୍ରଦର୍ଶନ କରିବାକୁ ଧମକ ଦେଇଛି ଛାତ୍ର କଂଗ୍ରେସ । ସେହିପରି ଏବିଭିପି ଓ ଛାତ୍ର କଂଗ୍ରେସ ପକ୍ଷରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବିଜେଡି ଓ ନବୀନ ବିରୋଧୀ ସ୍ଲୋଗାନମାନ ଲେଖାଯାଇଛି । ଗତକାଲି ରାତିରେ ଏଭଳି କିଛି ଆପତିଜନକ ସ୍ଲୋଗାନ ଲେଖାଯାଇଥିବା ଦେଖିବାକୁ ମିଳିଛି ।