ହରିପ୍ରିୟାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

18

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଜେଇ-ଫାର୍ମାସୀ, ଆୟୁର୍ବେଦିକ୍ ଓ ହୋମିଓପାଥି ଷ୍ଟ୍ରିମରେ ଟପ୍ଟର ହୋଇଥିବା ସମ୍ବଲପୁରର ଗରିବ ମେଧାବୀ ଛାତ୍ରୀ ହରିପ୍ରିୟା ନାଏକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କୁ ଏକ ଲାପଟପ୍ ଉପହାର ଦେଇଛନ୍ତି । ହରିପ୍ରିୟାଙ୍କ ଉଚ୍ଚ ଶିକ୍ଷାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି ନବୀନ । ଏଥିସହ ଗରିବ ମେଧାବୀ ଛାତ୍ରଙ୍କୁ କୋଚିଂ ଦେଉଥିବା ଅନୁଷ୍ଠାନକୁ ପ୍ରୋତ୍ସାହନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏବେ ଏଆଇପିଏମଟି ଫଳାଫଳକୁ ଅପେକ୍ଷା କରିଛନ୍ତି ହରିପ୍ରିୟା ।

ଏହା ସହ ହାରି ନାହାଁନ୍ତି ହରିପ୍ରିୟା