ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ମେଘାଛନ୍ନ : ପ୍ରଭାବରେ ବଢିଲା ସାମାନ୍ୟ ଥଣ୍ଡା

35

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ମେଘୁଆ ଥିବାବେଳେ ଥଣ୍ଡା ପବନ ଅନୁଭୂତ ହୋଇଛି ।ଏହାର ପ୍ରଭାବରେ ସାମାନ୍ୟ ଥଣ୍ଡା ବଢିଛି । ଆଭ୍ୟନ୍ତରୀଣ ତଥା ପଶ୍ଚିମ ଓଡିଶାରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଥିବାବେଳେ ଉପକୂଳରେ ତାପମାତ୍ରା ସାମାନ୍ୟ ବଢିଛି । ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୧୫ ତାରିଖ ଯାଏଁ ଉପକୁଳ ତୁଳନାରେ ଆଭ୍ୟନ୍ତରୀଣ ଅଂଚଳରେ ଥଣ୍ଡା ବଢିବାର ସମ୍ଭାବନା ରହିଛି ।