ଜୀବନ ନେଇଯିବ ଦିଲ୍ଲୀ ପବନ! ପୁଣିଥରେ ଦିଲ୍ଲୀ-ଏନସିଆରରେ ସାଂଘାତିକ ସ୍ତରରେ ପହଞ୍ଚିଲା ପ୍ରଦୂଷଣର ମାତ୍ରା, ଆଗାମୀ ୨ ଦିନ ପାଇଁ ସ୍କୁଲ ଛୁଟି ।

149

ଦିଲ୍ଲୀ ପବନରେ ବିଷ । ଦିଲ୍ଲୀ-ଏନସିଆରେ ପୁଣିଥରେ ପ୍ରଦୂଷଣର ମାତ୍ରା ସାଂଘାତିକ ସ୍ତରରେ ପହଞ୍ଚିଛି । ବାୟୁମଣ୍ଡଳରେ ପ୍ରଦୂଷଣର ସ୍ତର ବଢିବା କାରଣରୁ ଆସନ୍ତା ୨ ଦିନ ପାଇଁ ଦିଲ୍ଲୀ-ଏନସିଆରରେ ଥିବା ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ ଯେ, ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ନ କମିଲେ ଯୁଗ୍ମ-ଅଯୁଗ୍ମ ନିୟମର ଅବଧିକୁ ଆଉ କିଛି ଦିନ ପାଇଁ ବଢାଇ ଦିଆଯିବ । ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ କମ କରିବାକୁ କେଜ୍ରିୱାଲ ସରକାର ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । ଯେଉଁଥିରେ ଯୁଗ୍ମ-ଅଯୁଗ୍ମ ନିୟମ ରହିଛି । ଏହାକୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଲାଗୁ କରିବାକୁ କେଜ୍ରିୱାଲ ସରକାର ନିଷ୍ପତି ନେଇଥିଲା । କିନ୍ତୁ ପୁଣିଥରେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହାର ଅବଧିକୁ ଘୁଞ୍ଚାଇବାକୁ ନିଷ୍ୱତି ନେଇପାରନ୍ତି କେଜ୍ରିୱାଲ ।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ପ୍ରଭାବରେ ପୂରା ସହର ଧୂଆଁମୟ ଦେଖାଯାଉଛି । ଯାହାର ପ୍ରଭାବ ସିଧାସଳଖ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଛି । ଚାରିଆଡେ ଧୂଆଁ ଧୂଆଁ ଦେଖାଯିବା କାରଣରୁ ଅନେକ ସମୟରେ ଦୁର୍ଘଟଣାର ଖବର ମଧ୍ୟ ସାମ୍ନାକୁ ଆସୁଛି । ଏଭଳି ସ୍ଥିତିରେ ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରମିକୋର୍ଟ । ୪ ନଭେମ୍ବରରେ ଏହି ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଆଗାମୀ ରାୟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଦିଲ୍ଲୀରେ ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।