ଅନଲାଇନରେ ସପିଙ୍ଗ କରିଥିବା ସାପ ମାରିଲା ଚୋଟ : ପାରମ୍ପରିକ ମଦ ପ୍ରସ୍ତୁତ କରିବା ପାଇଁ ଯୁବତୀ କରିଥିଲେ ଅର୍ଡର, ତା’ପରେ କ’ଣ ହେଲା ଜାଣନ୍ତୁ

31

ଜଣେ ଚିନି ଯୁବତୀ ସାପରେ ପାରମ୍ପରିକ ମଦ ତିଆରି କରିବା ପାଇଁ ଆଶା କରିଥିଲେ । କିନ୍ତୁ ତାଙ୍କର ବିଷାକ୍ତ ସାପ କାମୁଡାରେ ମୃତ୍ୟୁ ହୋଇଯାଇଛି, ଯାହାକୁ ସେ ଅନଲାଇନ ସପିଙ୍ଗ ପୋର୍ଟାଲରୁ ଅର୍ଡର କରିଥିଲେ । ବ୍ୟାଣ୍ଡେଡ କ୍ରେଟ୍ କାମୁଡିବା ଦ୍ୱାରା ୨୧ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି ।

ସେ ଏକ ଚିନି ଇଣ୍ଟରେନେଟ୍ ଇ-କମର୍ସ ପ୍ଲାଟଫର୍ମରୁ କିଣିଥିଲେ ଯାହାକି ଦକ୍ଷିଣ ପ୍ରାନ୍ତ ଗୁଆଙ୍ଗଡୋଙ୍ଗର ବିଷାକ୍ତ ସରୀସୃପ ଥିବା ସ୍ଥାନ । ସାପକୁ ଏକ ସ୍ଥାନୀୟ କୋରିୟର ସଂସ୍ଥା ଡେଲିଭରି କରିଥିଲା । ଯୁବତୀଙ୍କ ମା’ ଙ୍କ କହିବାନୁସାରେ, ସେ ପାରମ୍ପରିକ ଔଷଧିୟ ଗୁଣଯୁକ୍ତ ମଦ ତିଆରି କରିବାର ଯୋଜନା କରିଥିଲେ । ତଥାକଥିତ ସାପ ମଦ ସାଧାରଣତଃ ମଦରେ ସାପକୁ ବୁଡାଇ ପ୍ରସ୍ତୁତ କରାଯାଏ, ଯାହା ପରିଣାମ ସ୍ୱରୂପ ପାନୀୟ ପଦାର୍ଥକୁ ଅଧିକ ପ୍ରଭାବଶାଳୀ କରିଥାଏ । ଚୀନରେ ଅନଲାଇନରେ ଜୀବଜନ୍ତୁ କିଣାବିକା କରିବା ବେଆଇନ ହୋଇଥିଲେ ମଧ୍ୟ ତାହା ଅବାଧରେ ଚାଲିଛି ।