ଦୁର୍ବଳ ହେଉଛି ସଂଗଠନ ! ଲାଲବାହିନୀ ଛାଡି ଆତ୍ମସମର୍ପଣ କଲେ ୧୧ ମାଓବାଦୀ

21

କନକ ବ୍ୟୁରୋ : ପୁଣି ସଂଗଠନ ଛାଡିଲେ ୧୧ ମାଓବାଦୀ । ଛତିଶଗଡ ସୁକୁମା ଜିଲ୍ଲାରେ ଲାଲବାହିନୀ ଛାଡି ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି ୧୧ ଜଣ ମାଓବାଦୀ । ସେମାନଙ୍କ ମଧ୍ୟରେ ରହିଛନ୍ତି ୩ଜଣ ହାର୍ଡକୋର ମାଓବାଦୀ ଓ ୩ଜଣ ମହିଳା ମାଓବାଦୀ । ଏମାନେ ସମସ୍ତେ ସୁକୁମା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଏହି ମାଓବାଦୀ ମାନଙ୍କ ମଧ୍ୟରୁ ୨ଜଣଙ୍କ ନାଁରେ ୮ଲକ୍ଷ ଲେଖାଏଁ ଟଙ୍କା ଘୋଷଣା କରିଥିଲେ ସରକାର । ଏବଂ ଜଣଙ୍କ ନାଁରେ ୩ଲକ୍ଷ ଟଙ୍କା ଘୋଷଣା କରାଯାଇଥିଲା ।