ଆଦିବାସୀ ଦୁଇ ଭଉଣୀଙ୍କ ଦୁଃଖ ଶୁଣିଲେ ପ୍ରଧାନମନ୍ତ୍ରୀ ! ଚିଠି ପାଇବା ମାତ୍ରେ ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ

48

କନକ ବ୍ୟୁରୋ : ନବରଙ୍ଗପୁର ବୋଲାଣ୍ଡି ବ୍ଲକ ହଳଦୀ ଗାଁର କବିତା ଓ ଲତା ମାଝୀ । ଭାଇ ଭଉଣୀ ଓ ବାପାଙ୍କୁ ନେଇ ୧୧ ଜଣ ପରିବାର । ପରିବାରର ଆର୍ଥିକ ଅନାଟନ କବିତା ଓ ଲତାଙ୍କ ପଠାପଢାରେ ଡୋରି ବାନ୍ଧି ଦେଇଛି । ପଢିବାର ଇଛା ରଖିଥିବା ଏଭି ଆଦିବାସୀ ଦୁଇ ଭଉଣୀ ନିଜ ପରିବାରର ଦୁଃଖକୁ ଚିଠି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ଗତ ମାର୍ଚ୍ଚ ୧୫ ତାରିଖରେ ଏମାନେ ମୋଦିଙ୍କୁ ଚିଠି ଲେଖିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଚିଠି ପହଂଚିବା ମାତ୍ରେ କବିତା ଓ ଲତାଙ୍କ ଚିଠିର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ । କବିତାଙ୍କ ସମସ୍ୟାର ସମାଧାନ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପିଏମଓ ଅଫିସରୁ ଚିଠି ଆସିବା ପରେ ,ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

କବିତାଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି ପ୍ରଶାସନ । ସମ୍ପୂର୍ଣ୍ଣ ଘଟଣାକୁ ଅନୁଧ୍ୟାନ ପାଇଁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ । ପିଏମଓ ଅଫିସରୁ ଆସିଥିବା ଚିଠିକୁ ଧରି ହଳଦୀ ଗାଁରେ ପହଂଚିଛନ୍ତି ବୋଲାଣ୍ଡି ବିଡିଓ । ସମସ୍ୟା ସମାଧାନ ପାଇଁ ଆଦିବାସୀ ଝିଅ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ, ଉତ୍ତର  ମଧ୍ୟ ପାଇଲେ । ହେଲେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ସମୟ ହିଁ କହିବ ।