ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ଗ୍ରହଣ କରିବାକୁ ନାରାଜ ସ୍ୱାମୀ

30

ଚାନ୍ଦବାଲି : ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ଗ୍ରହଣ କରିବାକୁ ନାରାଜ ସ୍ୱାମୀ । ଚାନ୍ଦବାଲି ଗଣଦୁଷ୍କର୍ମ ପୀଡିତା ଘଟଣା ପରଠାରୁ ମାନସିକ ସନ୍ତୁଳନ ହରାଇ ବସିଥିବାବେଳେ ତାଙ୍କୁ ନ୍ୟାୟ ପାଇଁ ଦାବି କରିଛନ୍ତି ସଂପର୍କୀୟ । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଗୁହାରି କରିଛନ୍ତି । ଚାନ୍ଦବାଲି ଦୋସିଙ୍ଗାରେ ଗଣଦୁଷ୍କର୍ମର ଶିକାର ମହିଳାଙ୍କୁ ବଳି ପଡିଛି ଘଟଣା ପରର ଦୁର୍ଦ୍ଦଶା । ସ୍ତ୍ରୀଙ୍କୁ ଗ୍ରହଣ କରିବାକୁ ନାରାଜ ସ୍ୱାମୀ । ପୀଡିତାଙ୍କ ମାଆ କହିଛନ୍ତି, ଝିଅକୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି ଜ୍ୱାଇଁ । ଚଳନ୍ତା ବସରେ ଝିଅ ପ୍ରତି ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସେ । ଏଭଳି ଘଟଣାର ଯେମିତି ପୁନରାବୃତି ନହୁଏ ସେଥିଲାଗି ଦୋଷୀଙ୍କୁ ଫାଶିଦଣ୍ଡ ଦାବି କରିଛନ୍ତି ପୀଡିତାଙ୍କ ମାଆ ।

ସେପଟେ ଘଟଣା ସଂପର୍କରେ ମୁହଁ ଖୋଲିଛନ୍ତି ପୀଡିତା । ନୀଳମାଧବ ବସର କଣ୍ଡକ୍ଟର, ହେଲ୍ପର ଓ ତାଙ୍କର ଅନ୍ୟଜଣେ ସହଯୋଗୀ କେମିତି ଚନ୍ଦିନପାଳ ନେବା ପରିବର୍ତେ ତାଙ୍କୁ ଦୋସିଙ୍ଗାରେ ନେଇ ଦୁଷ୍କର୍ମ କରିଥିଲେ ସେନେଇ ବୟାନ ଦେଇଛନ୍ତି । ଘଟଣା ପରେ ଏବେ ମାନସିକ ଚାପରେ ଅଛନ୍ତି ମହିଳା ଜଣକ । ସମଗ୍ର ଭଦ୍ରକ ଜିଲ୍ଲାରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ମହିଳାଙ୍କ ସୁରକ୍ଷିତ ବସ ଯାତ୍ରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବସରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ଦାବି ହୋଇଛି ।

ମାମୁଁ ଘରକୁ ରଥଯାତ୍ରା ଦେଖିବାକୁ ଯାଇଥିବା ଜଣେ ମହିଳାଙ୍କୁ ଚଳନ୍ତା ବସରେ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବାବେଳେ ଅନୁସନ୍ଧାନ ଜାରି ରଖିଛିି । ଏପଟେ ଘଟଣାପରଠାରୁ ମାନସିକ ସନ୍ତୁଳନ ହରାଇ ବସିଛନ୍ତି ପୀଡିତା । ପରିବାର ଲୋକଙ୍କୁ ଦେଖିଲେ ବି ଚିହିଁକି ଉଠୁଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । ଅଧିକ ତଥ୍ୟ ଦେଖିବା ଏହି ଭିଡିଓରେ :