ବ୍ରହ୍ମପୁର : ଗରିବ ଶ୍ରେଣୀର ଜଣେ ଯୁବତୀଙ୍କ ବିବାହ କରାଇଲେ କିନ୍ନର ଆସୋସିଏସନ

98

କନକ ବ୍ୟୁରୋ : ବ୍ରହ୍ମପୁର ସ୍ଥିତ କମାପଲ୍ଲୀ ଶୈବ ମନ୍ଦିର ପରିସରରେ ଧୁମଧାମରେ ଅନୁଷ୍ଠିତ ହୋଇଛି ଏକ ନିଆରା ବିବାହ ଉତ୍ସବ । ବ୍ରହ୍ମପୁର କିନ୍ନର ଆସୋସିଏସନ ତରଫରୁ ଜଣେ ଗରିବ ଶ୍ରେଣୀ ଯୁବତୀଙ୍କୁ ବାହାଘର ସଂପନ୍ନ ହୋଇଛି । ଜାନି ଯୌତୁକ ସହ ଭୋଜି ଭାତ ଓ ପାରଂପାରିକ ରୀତିନୀତି ଅନୁସାରେ ବାହାଘର ସରିଛି । ଆର୍ଥିକ ଅନଟନ ପାଇଁ ଗରିବ ପରିବାରର ଜଣେ ଯୁବତୀ ବିବାହ କରିପାରୁନଥିଲେ । ଆଉ ଯୁବତୀଙ୍କ ବାହଘର କରିବାକୁ କିନ୍ନର ସଂଘ ଆଗେଇ ଆସି, ଏକ ଯୋଗ୍ୟ ବରପାତ୍ର ଖୋଜି ଯୁବତୀଙ୍କ ବିବାହ କରାଇଛନ୍ତି । କିନ୍ନର ସଂଘର ସଦସ୍ୟମାନେ ବର ପିତା ଓ କନ୍ୟାପିତା ସାଜି କନ୍ୟାଦାନ କରିଥିଲେ । କିନ୍ନର ଆସୋସିଏସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ କିନ୍ନର ଉପସ୍ଥିତ ରହି ବର କନ୍ୟାଙ୍କୁ ଆଶିର୍ବାଦ ଓ ଶୁଭ କାମନା ଜଣାଇଥିଲେ ।

brahmapur