କୋଷ୍ଠକାଠିନ୍ୟ ସମସ୍ୟା ଦୂର କରି ପାଚନ କ୍ରିୟାକୁ ସୁଦୃଢ କରିବାରେ ସାହାଯ୍ୟ କରେ ଆତ !

386

ସୁସ୍ଥ ଶରୀର ପାଇଁ ଆମେ ବିଭିନ୍ନ ପ୍ରକାର ଫଳ ସେବନ କରିଥାଉ । ବିଭିନ୍ନ ଋତୁରେ ମିଳୁଥିବା ଫଳ ସହ ସାରା ବର୍ଷ ମିଳୁଥିବା ଫଳ ମଣିଷର ସ୍ୱାସ୍ଥ୍ୟ ରକ୍ଷା ସହ ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥାଏ ।  ଏହି ଫଳ ଭିତରୁ ଆତ ଭିନ୍ନ ଅଟେ । ଆତ ବାହାରୁ କଠୋର ଦେଖାଗଲ ମଧ୍ୟ ଏହି ଫଳର ଭିତର ଅଂଶ ନରମ ଅଟେ ।  ଆତ ଖାଇବାକୁ ସ୍ୱାଦିଷ୍ଟ ଲାଗେ ।

ଆତରେ ବିଭିନ୍ନ ପ୍ରକାର ସୁଇଟ୍ ଡିସ୍ ତିଆରି କରାଯାଏ । ଏହାସହ ଆତକୁ ଆଇସକ୍ରିମ୍ ତିଆରିରେ ମଧ୍ୟ ବ୍ୟବହାର କରାଯାଏ । ଆତ ସେବନ କରିବା ଦ୍ୱାରା ଶରୀରରେ ଥିବା ବିଭିନ୍ନ ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ଆତ ଖାଇବା ଦ୍ୱାରା କ’ଣ କ’ଣ ଲାଭ ମିଳିଥାଏ । ଆତରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫାଇବର ସହ ଅନେକ ପ୍ରକାର ପୃଷ୍ଟିକର ପୋଷଣ ଭରପୁର ମାତ୍ରାରେ ରହିଛି । କେବଳ ଏତିକି ନୁହେଁ, ଏହି ଆତ ଗଛର ପତ୍ରରେ  ମଧ୍ୟ ରହିଛି ଅନେକ ଔଷଧୀୟ ଗୁଣ । ଯାହା ବିଭିନ୍ନ ପ୍ରକାର ଔଷଧ ତିଆରି କରିବାରେ ବ୍ୟବହାର କରାଯାଏ ।

– ଆତରେ ପ୍ରଚୁର ମାତ୍ରାରେ ଭିଟାମିନ ବି-୬ ରହିଛି । ଏଥିପାଇଁ ଶ୍ୱାସରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଆତ  ।

– ଆତରେ ପୋଟାସିୟମ, ମ୍ୟାଗ୍ନେସିୟମ ଭଳି ପୋଷଣ ଉପଲବ୍ଧ ରହିଛି । ଯାହା ଫଳରେ ଦୃଦୟ ସମ୍ମନ୍ଧୀୟ ରୋଗ  ନିିୟନ୍ତ୍ରଣ କରେ ଏହି ଫଳ ।

 – ଆତରେ ଭିଟାମିନ-ଏ, ଭିଟାମିନ-ସି, ରାଇବଫ୍ଲୋବିନ ପୋଷଣ ରହିଛି । ଏହା ଦୃଷ୍ଟିଶକ୍ତି ବଢାଇବା ପାଇଁ ଉପଯୁକ୍ତ ଫଳ ଅଟେ ।

– ଏହି ଫଳରେ କପର, ଆଇରନ  ଭଳି ପୃଷ୍ଟିକର ତତ୍ତ୍ୱ ରହିଛି । ସେଥିପାଇଁ ଗର୍ଭବତୀ ମହିଳାମାନଙ୍କ ପାଇଁ ଖାଇବା ଉପଯଗୀ ଖାଦ୍ୟ ଅଟେ । ଯାହା ଦ୍ୱାରା ଗର୍ଭବତୀ ମହିଳାଙ୍କ ଚିନ୍ତା ଜନିତ ସମସ୍ୟାକୁ ଦୂର କରିଥାଏ ।

– ଏହି ଫଳରେ ଅତ୍ୟଧିକ ମାତ୍ରରେ ଫାଇବର ରହିଛି । ଯାହା କୋଷ୍ଠକାଠିନ୍ୟ ପରି ସମସ୍ୟାକୁ  ଦୂର କରି ପାଚନ କ୍ରିୟାକୁ ସୁଦୃଢ କରିବାରେ ସାହାଯ୍ୟ କରେ ।

– ଆତରେ ଥିବା ଆଇରନ ଓ କପର ରକ୍ତହୀନତା ମଧ୍ୟ ଦୂର କରିବା ପାଇଁ ସାହାଯ୍ୟ କରେ ।

– ପ୍ରତିଦିନ ଆତ ଖାଇବା ଦ୍ୱାର ରକ୍ତଚାପ ଓ ମଧୁମେୟ ରୋଗ ନିୟନ୍ତ୍ରଣ ହୋଇଥାଏ ।

– ଆତରେ ଥିବା ଭିଟାମିନ ବି-୬ ଓ ଆଣ୍ଟିଅକ୍ସିଡେଣ୍ଟ ଭଳି ଗୁଣ ରହିଥିବାରୁ ଏହି ଫଳ ସେବନ କଲେ ସ୍ମରଣ ଶକ୍ତି ବଢିଥାଏ ।