ବୋଲଗଡରେ ନାଟକୀୟ ଢଙ୍ଗରେ ଯୁବତୀଙ୍କୁ ଅପହରଣ । ବନ୍ଧୁକ ଦେଖାଇ ଅଧାବାଟରୁ ଉଠାଇନେଲେ ଦୁର୍ବୃତ

ବୋଲଗଡରେ ଛାତ୍ରୀଙ୍କୁ ରାସ୍ତାରୁ ଅପହରଣ ଘଟଣା ଚର୍ଚ୍ଚାର ବିଷୟ ହୋଇଛି

168

କନକ ବ୍ୟୁରୋ : ବୋଲଗଡରେ ଛାତ୍ରୀଙ୍କୁ ରାସ୍ତାରୁ ଅପହରଣ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ମଙ୍ଗଳବାର ଅପରାହ୍ନରେ ଦଳେଇସାହି ପଂଚାୟତ ମାଳିସାହି ଗାଁର ଜଣେ କଲେଜ ଛାତ୍ରୀ ନିଜ ସ୍କୁଟିରେ ଘରକୁ ଫେରୁଥିବାବେଳେ ଅପହରଣ ହୋଇଛି । ବୋଲଗଡ ପରମାନନ୍ଦ କଲେଜର ଯୁକ୍ତ ୩ ଛାତ୍ରୀ ମଙ୍ଗଳବାରଦିନ ଏକ ନମ୍ବରବିହୀନ ଗାଡିରେ ଘରକୁ ଫେରୁଥିଲେ । ଏହି ସମୟରେ ବାଟରେ କାରରେ ଆସି ୪ ଜଣ ବ୍ୟକ୍ତି ଓହ୍ଲାଇ ମମତାଙ୍କୁ ଅଟକାଇଥିଲେ ।

ସେମାନେ ଛାତ୍ରୀଙ୍କୁ ମାରିଦେବାର ଧମକ ଦେଇ ଛାତ୍ରୀଙ୍କୁ ଅପହରଣ କରିନେଇଥିଲେ । ବୋଲଗଡ ଥାନାରେ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ପରେ ଛାନଭିନ ଆରମ୍ଭ କରି ଘଟଣାସ୍ଥଳରୁ ସ୍କୁଟର ଓ ଚପଲ ଜବତ କରିଥିଲେ । ତେବେ କେମିତି ସଂପୃକ୍ତ ଛାତ୍ର ମୁକ୍ତ ହୋଇଥିଲେ ଓ ଏ ନେଇ କନକ ନ୍ୟୁଜ ଆଗରେ ସେ କଣ କହିଛନ୍ତି ଆସନ୍ତୁ ଶୁଣିବା