ଭାରତୀୟ ସିନେମା ଓ ଟେଲି କାର୍ଯ୍ୟକ୍ରମ ଉପରେ ପୁଣି ପାକିସ୍ତାନ ଲଗାଇଲା କଟକଣା । ପାକ୍ ସୁପ୍ରିମକୋର୍ଟ କହିଲେ, ସମ୍ବିଧାନକୁ ଉଲ୍ଲଂଘନ କରିବା ଦେଶର କାର୍ଯ୍ୟକ୍ରମ ଦେଖାଇବା କଣ ଉଚିତ

15

କନକ ବ୍ୟୁରୋ: ପାକିସ୍ତାନରେ ଭାରତୀୟ ଫିଲ୍ମ ଓ ଟିଭି କାର୍ଯ୍ୟକ୍ରମ ପ୍ରଦର୍ଶନ ଉପରେ ଲାଗିଲା କଟକଣା । ଶନିବାର ଏନେଇ ରାୟ ଦେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ପୂର୍ବରୁ ପାକ୍ ସୁପ୍ରିମକୋର୍ଟ ସ୍ଥାନୀୟ ଟିଭି ଚ୍ୟାନେଲରେ ଭାରତୀୟ କାର୍ଯ୍ୟକ୍ରମ ପ୍ରସାରଣ ଉପରେ ରୋକ ଲଗାଇ ଥିଲେ । କିନ୍ତୁ ଲାହୋର ଉଚ୍ଚ ନ୍ୟାୟାଳୟ ଏହି ପୁରାତନ ରାୟକୁ ଅନାବଶ୍ୟକ କହିଥିଲେ ।

ବିଦେଶୀ କାର୍ଯ୍ୟକ୍ରମ ପ୍ରସାରଣ ନେଇ ହୋଇଥିବା ଏକ ମାମଲା ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ ଭାରତୀୟ କାର୍ଯ୍ୟକ୍ରମ ପ୍ରସାରଣ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାକ୍ ସୁପ୍ରିମକୋର୍ଟ କହିଛନ୍ତି, ସେମାନେ ଆମ ଦେଶର ସମ୍ବଧାନକୁ ଉଲ୍ଲଂଘନ କରିବାକୁ ଉଦ୍ୟମ କରୁଛନ୍ତି, କଣ ସେମାନଙ୍କ କାର୍ଯ୍ୟକ୍ରମ ଆମେ ପ୍ରସାରଣ କରିବା ଉଚିତ୍ କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ।

Comments are closed.