ଭାଇଜାନଙ୍କୁ ମୋଡିଲେ ମୁହଁ ! ସଲମାନଙ୍କ ସହ ଏକାଠି କାମ କରିବାକୁ ମନା କରିଥିବା ଅଭିନେତ୍ରୀ

42

ବଲିଉଡ୍ ସୁଲତାନ୍ ସଲମାନ ଖାନ୍ । ଏହି ଦବଙ୍ଗ ହିରୋଙ୍କ ପ୍ରାୟ ସିନେମା ଏବେ ୧୦୦ କୋଟି କ୍ଲବରେ । କେବଳ ସଲମାନଙ୍କ ନାଁ ହିଁ ସିନେମାକୁ ଅଧା ହିଟ୍ କରିଥାଏ । ତେଣୁ ସଲମାନଙ୍କ ସହ ଏକାଠି ଅଭିନୟ କରିବାକୁ କିଏ ବା ନଚାହିଁବ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ଐଶ୍ୱର୍ଯ୍ୟା ନୁହେଁ ଅନେକ ଅଭିନେତ୍ରୀ ଅଛନ୍ତି ଯିଏ ଭାଇଜାନଙ୍କ ସହ ଏକାଠି ଅଭିନୟ କରିବାକୁ ମନା କରିଦେଇଛନ୍ତି ।

ଜୁହି ଚାୱଲା : ଜୁହି ସଲମାନଙ୍କ ସହ ସିନେମା ‘ଦିୱାନା ମସ୍ତାନା’ ନଜର ଆସିଥିଲେ । କିନ୍ତୁ ଏହା ପରେ ଉଭୟ ଏକାଠି ଆଉ କୌଣସି ସିନେମାରେ ନଜର ଆସିନଥିଲେ । ତେବେ ଏହାର କାରଣ ଏଯାଏଁ କାହାକୁ ଜଣା ନାହିଁ ।

ଅମ୍ରିିତା ରାଓ : ସିନେମା ‘ପ୍ରେମ୍ ରତନ୍ ଧନ୍ ପାୟୋ’ରେ ପ୍ରଥମେ ଅମ୍ରିତାଙ୍କୁ ସଲମାନଙ୍କ ଭଉଣୀ ପାଇଁ ଅଫର୍ ମିଳିଥିଲା । କିନ୍ତୁ ଅମ୍ରିତା ମନା କରିଦେଇଥିଲେ । କାରଣ ସେ ସଲମାନଙ୍କ ଭଉଣୀ ନୁହେଁ ପ୍ରେମିକା ଚରିତ୍ରରେ ଅଭିନୟ କରିବାକୁ ଚାହୁଁଥିଲେ ।

ଦୀପିକା ପାଦ୍ୟୁକୋନ୍ : ଜାଣି ଆଶ୍ଚର୍ଯ୍ୟ ହେବେ ଦୀପିକା ଗୋଟିଏ କି ଦୁଇଟି ନୁହେଁ ୫ଟି ସିନେମାରେ ସଲମାନଙ୍କ ସହ ଅଭିନୟ କରିବାକୁ ମନା କରିଦେଇଥିଲେ । ତେବେ ଏହି ସିନେମା ମାନଙ୍କ ଭିତରେ ଥିଲା ସୁପରହିଟ୍ ‘ସୁଲତାନ୍’ ।

ସୋନାଲୀ ବେନ୍ଦ୍ରେ : ସୋନାଲୀ ଏବଂ ସଲମାନ୍ ଏକାଠି ‘ହମ୍ ସାଥ୍ ସାଥ୍ ହୈ’ରେ ଅଭିନୟ କରିଥିଲେ । ଏଥିରେ ଉଭୟଙ୍କ ରୋମାଟିଂକ୍ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ହେଲେ ଏହା ପରେ ଉଭୟ ଏକାଠି କାମ କରିନାହାଁନ୍ତି । ଶୁଣିବାକୁ ମିଳିଥିଲା ଯେ କଳାମୃଗ ହତ୍ୟା ମାମଲା ପରେ ସୋନାଲୀ ତାଙ୍କ ସହ ଅଭିନୟ କରିବାକୁ ମନା କରିଦେଇଥିଲେ ।

ଟ୍ୱିଙ୍କଲ୍ ଖନ୍ନା : ୧୯୮୮ରେ ସିନେମା ‘ ଜବ୍ ପ୍ୟାର୍ କିସି ସେ ହୋତା ହୈ ’ରେ ଉଭୟ ଏକାଠି ଅଭିନୟ କରିଥିଲେ । କିନ୍ତୁ ଏହା ପରେ ଉଭୟ ପରସ୍ପର ସହ କାମ କରିବାକୁ ରାଜି ନାହାଁନ୍ତି । ଯାହାର କାରଣ ଏପର୍ଯ୍ୟନ୍ତ ସମସ୍ତଙ୍କୁ ଅଜଣା ।

ଉର୍ମିଳା ମାତୋଣ୍ଡକର୍ : ଉର୍ମିଳା ସିନେମା ‘ ଜାନମ୍ ସମଝା କରୋ ’ ରେ ସଲମାନଙ୍କ ବିପକ୍ଷରେ ନାୟିକା ଭାବରେ ନଜର ଆସିଥିଲେ । କିନ୍ତୁ ସିନେମାଟି ଦର୍ଶକଙ୍କ ହୃଦୟ ଜିତିବାରେ ଅସମର୍ଥ ଥିଲା । ବୋଧେ ଏହି କାରଣରୁ ଉର୍ମିଳା ଭାଇଜାନଙ୍କ ସହ କାମ କରିବାକୁ ରାଜି ହୋଇନଥିଲେ ।

ଏହା ସହ ଦେଖନ୍ତୁ ଚରିତ୍ର ପଛର ଚେହରା ! ଜାଣନ୍ତୁ ‘କୋଇ ମିଲ୍ ଗୟା’ ଯାଦୁର ଅସଲ କାହାଣୀ