ଯମୁନା ଏକ୍ସପ୍ରେସୱେରେ ସିରିଜ ଦୁର୍ଘଟଣା ! କୁହୁଡି ଯୋଗୁଁ ଗୋଟିଏ ପରେ ଗୋଟିଏ ୨୪ଟି ଗାଡି ପଛକୁ ପଛ ଧକ୍କା, ଅନେକ ଆହତ

54

କନକ ବ୍ୟୁରୋ : ଅଧିକ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ଘନ କୁହୁଡି ଦେଖିବାକୁ ମିଳିଛି । ଯାହାଦ୍ୱାରା ରାଜଧାନୀରେ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଆଜି କୁହୁଡ଼ିର ମାତ୍ରା ଏତେ ଅଧିକ ଥିଲା ଯେ  ଭଲରେ କିଛି ଦେଖା ଯାଉନଥିଲା । ଯଦ୍ୱାରା ଯମୁନା ଏକ୍ସପ୍ରେସୱେରେ ସିରିଜ୍ ଦୁର୍ଘଟଣା ଘଟିଛି । କୁହୁଡ଼ିର ମୋଟା ଆସ୍ତରଣ ଯୋଗୁଁ ଗୋଟିକ ପରେ ଗୋଟିଏ ୨୪ଟି ଗାଡି ପରସ୍ପର ମଧ୍ୟରେ ଧକ୍କା ହୋଇଛନ୍ତି ।

ଆଜି ଭୋରରୁ କୁହୁଡି ଯୋଗୁଁ ଯମୁନା ଏକ୍ସପ୍ରେସ ୱେରେ ୨୪ଟି ଗାଡି ମଧ୍ୟରେ ଧକ୍କା ହୋଇଛି । ଯମୁନା ଏକ୍ସପ୍ରେସୱେର ମାଇଲଷ୍ଟୋନ ୧୨୫ନିକଟରେ ପ୍ରଥମେ ଦୁଇଟି ଗାଡି ମଧ୍ୟରେ ଧକ୍କା ହେବା ପରେ ପଛକୁ ପଛ ୨୪ଟି ଗାଡି ମଧ୍ୟରେ ଧକ୍କା ହୋଇଥିଲା । ଏହି ସିରିଜ ଦୁର୍ଘଟଣା ଯୋଗୁଁ ବେଶ କିଛି ସମୟ ଧରି ଯମୁନା ଏକ୍ସପ୍ରେସୱେରେ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା । ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ।

 

 

 

 

 

 

 

 

 

 

 

ସୂଚନାଯୋଗ୍ୟ ବିଷାକ୍ତ କୁହୁଡିକୁ ଆଖିରେ ରଖି ଦିଲ୍ଲୀର ସବୁ ପ୍ରାଇମେରୀ ସ୍କୁଲକୁ ଆଜି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ କେଜ୍ରିୱାଲ ସରକାର । ଯଦି ଆବଶ୍ୟକ ପଡେ ଆଗକୁ ମଧ୍ୟ ସ୍କୁଲ ବନ୍ଦ ରହିବ ବୋଲି କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଅନ୍ୟପଟେ ପାଣିପାଗ ବିଭାଗ କହିଛି ଆହୁରି ୪ରୁ ୫ଦିନ ଯାଏଁ ଏଭଳି ସ୍ଥିତି ଲାଗିରହିବ । ଘନ କୁହୁଡି ଯୋଗୁଁ ଭାରତୀୟ ମେଡିକାଲ ଆସୋସିଏସନ ଦିଲ୍ଲୀରେ ହେଲଥ ଇମରଜେନ୍ସି ଘୋଷଣା କରି ସାରିଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଦଜନକ ସ୍ତରରେ ପହଂଚିଛି । ଏୟାର କ୍ୱାଲିଟି ଇନଡେକ୍ସ ୧୦୦ରୁ ଅଧିକ ରହିବା ଚିନ୍ତାଜନକ ଥିବାବେଳେ ବର୍ତ୍ତମାନ ଦିଲ୍ଲୀରେ ଏହା ୪ଶହରୁ ଉପରେ ରହିଛି ।

ଆଇଏମଏ ମୁଖ୍ୟ ଡକ୍ଟର କେକେ ଅଗ୍ରୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଖୋଲା ପତ୍ର ଲେଖି ଏନେଇ ଉଦବେଗ ପ୍ରକାଶ କରଛନ୍ତି । ଏବଂ ଏବେ ଆରୋପ ପ୍ରତ୍ୟାରୋପ ରାଜନୀତିର ବେଳ ନୁହେଁ ବରଂ ଦିଲ୍ଲୀବାସୀ କେମିତି ସୁରକ୍ଷିତ ରହିବେ ସେ ନେଇ ଉଚିତ ପଦକ୍ଷେପ ନେବାର ବେଳ ଆସିଛି । ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏତେ ବଢି ଯାଇଛି ଦିଲ୍ଲୀ ଏବେ ଗ୍ୟାସ ଚାମ୍ବର ପାଲଟି ଯାଇଛି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲା