ଧାନ ରାଜନୀତିକୁ ଜୋରଦାର କରିବ ବିଜେଡି ! କେନ୍ଦ୍ର ସରକାର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ନକରିବା ପ୍ରତିବାଦରେ ୧୨ଟି ଜିଲ୍ଲାରେ ବିକ୍ଷୋଭ

23

କନକ ବ୍ୟୁରୋ : ଆଜିଠାରୁ ଧାନ ରାଜନୀତିକୁ ଜୋରଦାର କରିବ ବିଜେଡି । ପୂର୍ବ ନିଷ୍ପତି ମୁତାବକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ବିଜୁ ଜନତା ଦଳ । ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି କାରିବାକୁ କେନ୍ଦ୍ର ସରକାର ମନା କରିଦେବା ପ୍ରତିବାଦରେ ଧାରଣା ଓ ପ୍ରତିବାଦ ସଭା କରିବ ଦଳ । ପର୍ଯ୍ୟାୟକ୍ରମେ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆନ୍ଦୋଳନ କରାଯିବ । ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ ବିଜେଡି ।

bjdସଂସଦରେ କେନ୍ଦ୍ର କୃଷିମନ୍ତ୍ରୀ କହିଥିଲେ ବର୍ତ୍ତମାନ ପରିପ୍ରେକ୍ଷୀରେ ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ନେଇ କୌଣସି ପ୍ରସ୍ତାବ ନାହିଁ । କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ନିଷ୍ପତିକୁ ବିରୋଧ କରୁଛି ଦଳ । ବର୍ତ୍ତମାନ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୧୫ଶହ ୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ହେଲେ ଓଡିଶା ସରକାର ଏହାକୁ ୨୯ଶହ ୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିଆସୁଛନ୍ତି । ଏପରିକି ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏସଂପର୍କୀତ ସର୍ବଦଳୀୟ କମିଟିକୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ସମୟ ଦେଉନାହାନ୍ତି । ତେଣୁ କେନ୍ଦ୍ରର ଏହି ବୈମାତୃକ ମନୋଭାବ ବିରୋଧରେ ରାଜନୀତିକୁ ଜୋରଦାର କରିବାକୁ ନିଷ୍ପତି କରିଛି ବିଜୁ ଜନତା ଦଳ ।