ପାପର ଶାସନ, ବାପର ଶାସନ ! ନିର୍ବାଚନ ଖର୍ଚ୍ଚ ଅନିୟମିତତା ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କଲେ ଦାମ

23

କନକ ବ୍ୟୁରୋ : ପାଣ୍ଠିକୁ ନେଇ ରାଜନୀତି ଥମିବାର ନାଁ ଧରୁନି । ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଥିଲେ । କହିଥିଲେ, ଏହା ପାପର ସରକାର ଏବଂ ଏହାର ପରିବର୍ତ୍ତନ ଆବଶ୍ୟକ । ଏହାର ଜବାବ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା କୃଷି ମନ୍ତ୍ରୀ ଦାମୋଦର ରାଉତ । ସେ କହିଛନ୍ତି, ନବୀନ ବାବୁଙ୍କ ସରକାର ହେଉଛି ବାପର ସରକାର ।

ନିର୍ବାଚନ ପାଣ୍ଠି ଅନିୟମିତତା ମାମଲାରେ ଜୋର ଧରିଛି ରାଜନୀତି । ଗୋଟିଏ ରାଜନୈତିକ ଦଳ ଆଉ ଗୋଟିଏ ରାଜନୈତିକ ଦଳକୁ ପ୍ରଶ୍ନ କରୁଛି- ନିର୍ବାଚନୀ ଖର୍ଚ୍ଚ ବାବଦରେ ନିର୍ବାଚନ କମିଶନଙ୍କ ନିକଟରେ କାହିଁକି ଭୁଲ୍ ତଥ୍ୟ ଦିଆଯାଉଛି? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଖର୍ଚ୍ଚରେ ତାଳମେଳ ନାହିଁ ବୋଲି ଅଭିଯୋଗ ଆସିଛି ।