ପରିବେଶ ରହିବ ସ୍ୱଚ୍ଛ ! ଏଣିକି ଅଳିଆ ଆବର୍ଜନାରୁ ତିଆରି ହେବ ବାୟୋ ଡିଜେଲ, ପାନୀୟ ଜଳ ଏବଂ ବିଦ୍ୟୁତ ।

68

ପ୍ରତିଦିନ ରାଜଧାନୀରେ ଗଦା ହେଉଥିବା ଅଳିଆ ଆବର୍ଜନାରୁ ଏବେ ତିଆରି କରାଯିବ ବାୟୋ ଡିଜେଲ, ବିଦ୍ୟୁତ, ଗ୍ୟାସ ଏବଂ ପିଇବା ପାଣି । ଆମେରିକା ଟେକ୍ନୋଲୋଜି ଉପରେ ଆଧାରିତ ଏକ କମ୍ପାନୀ ନଗର ବିକାଶ ଏହାର ପ୍ରସ୍ତାବ ଦେଇଛି । ଅଳିଆ ଆବର୍ଜନାରୁ ରକ୍ଷା ପାଇବା ପାଇଁ କମ୍ପାନୀ ଏହିଭଳି ଏକ ମେସିନର ଉଦ୍ଭାବନ କରିଛି । ଯାହା ଦ୍ୱାରା ଆବର୍ଜନାକୁ ବ୍ୟବହାର କରି ସେଥିରୁ ବାୟୋ ଡିଜେଲ , ବିଦ୍ୟୁତ, ଗ୍ୟାସ ଏବଂ ପିଇବା ପାଣି ବାହାର କରାଯାଇ ଏହାକୁ ବ୍ୟବହାର ଉପଯୋଗୀ କରାଯାଇପାରିବ । ପାଟନା ଅଳିଆ ଆବର୍ଜନାକୁ ବ୍ୟବହାର କରି ପ୍ରତିଦିନ ପ୍ରାୟ ଅଢେଇ ଲକ୍ଷ ଲିଟର ବାୟୋ ଡିଜେଲ ତିଆରି କରିବାରେ ସଫଳ ହୋଇପାରିଛି ।
ସରକାର ଚାହିଁଲେ ଏହାକୁ ବାୟୋଗ୍ୟାସରେ ପରିଣତ କରି ସହର ମାନଙ୍କୁ କନେକ୍ସନ ଦେଇପାରିବେ । ଏହି ଗ୍ୟାସ ଏଲପିଜି ଗ୍ୟାସ ଠାରୁ ବି ଅଧିକ ଉପଯୋଗୀ ଅଟେ ।

ଆବର୍ଜନା ନିସ୍ତାରଣ ପ୍ଲାଣ୍ଟ ସ୍ଥାପିତ କରିବା ପାଇଁ ଏଜେନ୍ସି, ନଗରନିଗମ କିମ୍ବା ସରକାରଙ୍କ ଠାରୁ କୌଣସି ଖର୍ଚ୍ଚ ନେବେ ନାହିଁ । ପ୍ରାୟ ଏକ ଏକର ଜମିରେ ଏହି ପ୍ଲାଣ୍ଟକୁ ସ୍ଥାପିତ କରାଯାଇ ସମ୍ପୂର୍ଣ୍ଣ ସହରର ଆବର୍ଜନାକୁ ବ୍ୟବହାର ଉପଯୋଗୀ କରାଯାଇପାରିବ । କମ୍ପାନୀ ଘର ଘର ବୁଲି ଆବର୍ଜନା ଏକାଠି କରି ତାହାକୁ ପ୍ଲାଣ୍ଟରେ ବ୍ୟବହାର ଉପଯୋଗୀ କରିବ । ଏବଂ ସେଥିରୁ ପାନୀୟ ଜଳ , ବାୟୋ ଗ୍ୟାସ ଇତ୍ୟାଦି ତିଆରି କରି ଲୋକମାନଙ୍କ ନିକଟକୁ ପହଞ୍ଚାଇବ । କେବଳ ସେତିକି ନୁହେଁ ସରକାର ଚାହିଁଲେ ଏଥିରେ ଏକ ପେଟ୍ରୋଲ ପମ୍ପ ଖୋଲି ଡିଜେଲ ମଧ୍ୟ ବିକ୍ରି କରିପାରିବ । ଯାହାର ଦାମ ଲିଟର ପିଛା ୨୫ ଟଙ୍କା ରହିବ ।