ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଗ୍ ବି ! କାରର ପଛ ଚକା ବାହରି ଯିବାରୁ ହୋଇଥିଲା ଦୁର୍ଘଟଣା

32

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଗ୍ ବି । ବିଗତ ସପ୍ତାହରେ ଅମିତାଭ ବଚ୍ଚନ୍ କୋଲକାତାରେ ଏକ କାର ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଯାଇଛନ୍ତି । ସେହି ସମୟରେ ଅଭିତାଭ, ୨୩ ତମ କୋଲକାତା ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହତ୍ସୋବର ଉଦଘାଟନ କରିବା ପାଇଁ କୋଲକାତା ଯାଇଥିଲେ । ସେ କାମ ଶେଷ କରି ଶନିବାର ଦିନ ସକାଳେ ଏୟାରପୋର୍ଟ ଫେରିଲାବଳେ, ତାଙ୍କ ମର୍ସିିଡ଼ିସ ଗାଡ଼ିର ପଛପଟ ଚକା ବାହାରି ଯାଇଥିଲା । ତେବେ ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ବିଗ ବିଙ୍କୁ କୌଣସି ଆଘାତ ଲାଗି ନାହିଁ । ତେବେ ଏନେଇ ରାଜ୍ୟ ସରକାର ଗାଡ଼ି ଉପଲବ୍ଧ କରାଇଥିବା ଟ୍ରାଭେଲ ଏଜେନ୍ସିକୁ ନୋଟିସ୍ ପଠାଇଛନ୍ତି ।

ସୂଚନା ଅନୁସାରେ ସରକାର ଉକ୍ତ କାର ଏଜେନ୍ସିକୁ କାରଣ ଦର୍ଶାଅ ନୋଟସି ପଠାଇଛନ୍ତି । ସଚିିବାଳୟର ଜଣେ ଅଧିକାରୀ ସ୍ପଷ୍ଟ କହିଛନ୍ତି । ଅଧିକାରୀ ଜଣକ କହିଛନ୍ତି, ଯେତବେଳେ ଶନିବାର ଦିନ ସକାଳେ ବିଗ ବି ମୁମ୍ବାଇ ଯିବା ପାଇଁ ଏୟାରପୋର୍ଟ ଅଭିମୁଖେ ଯାଉଥିବାବେଳେ, ଡୁଫ୍ଲେରିନ୍ ରୋଡ଼ରେ ତାଙ୍କ କାରରୁ ପଛ ପଟ ଚକା ବାହାରି ଯାଇଥିଲା । ଏଥିଯୋଗୁଁ କାର ନିୟନ୍ତ୍ରଣ ହରାଇଥିଲା । ତେବେ ସବୁଠାରୁ ବଡ଼ କଥା ହେଲା ସୌଭାଗ୍ୟବଶତଃ ବିଗ୍ ବିଙ୍କର କିଛି ହୋଇନି । ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି ।