ଭଂଜନଗରରେ ଏନକାଉଂଟର ! ପୋଲିସ ଗୁଳିରେ ଝାରଖଣ୍ଡର କୁଖ୍ୟାତ ଅପରାଧୀ ବବଲୁ ପାଶ୍ୱାନ ଓ ସହଯୋଗୀ ଆହତ

34

କନକ ବ୍ୟୁରୋ : ଭଂଜନଗରରେ ଏନକାଉଂଟର । ପୋଲିସ ଗୁଳିରେ ଆହତ ହୋଇଛି ଝାରଖଣ୍ଡର କୁଖ୍ୟାତ ଅପରାଧୀ ବବଲୁ ପାଶୱାନ ଓ ତାର ସହଯୋଗୀ ଜିତେନ୍ଦ୍ର ନାୟକ । ବବଲୁ ଗୋଡରେ ୨ଟି ଗୁଳି ବାଜିଥିବା ସୂଚନା ମିଳିଛି । ସହରର ନିଧିଆପଲ୍ଲୀ ଗାଲେରି ରାସ୍ତାରେ ଏହି ଏନକାଉଟଂର ହୋଇଛି । ସୁପାରି ପାଇ ଭଂଜନଗରରେ କୋର୍ଟ ପରିସରରେ ଜଣକୁ ହତ୍ୟା କରିବା ପାଇଁ ବବଲୁ ଭଂଜନଗରକୁ ଆସିଥିଲା । ଏହି ସୂଚନା ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବବଲୁକୁ ଏନକାଉଂଟର କରିଛି । ଦୁର୍ଦ୍ଦାନ୍ତ ଅପରାଧୀ ବେଆଇନ ଘୋଷିତ ଝାରଖଣ୍ଡ ପ୍ରସ୍ତୁତି କମିଟିର ସୁପ୍ରିମୋ ବବଲୁ ପାଶୱାନ । ତା’ନାମରେ ୪୦ରୁ ଅଧିକ ହତ୍ୟା ମାମଲା ରହିଛି । ସେ ଝାରଖଣ୍ଡ ଲିବରେସନ ଫ୍ରଂଟର ମଧ୍ୟ ସଦସ୍ୟ ରହିଛି ।