ଗ୍ରୀନ୍ କଫି ପିଅନ୍ତୁ ଓଜନ କମାନ୍ତୁ ! ଜାଣନ୍ତୁ କେମିତି?
ସକାଳୁ ସକାଳୁ କଫିର ଚୁସକି ନେବା ପାଇଁ କିଏ ବା ନ ଚାହେଁ, ଏହା ସମସ୍ତଙ୍କର ଦୈନନ୍ଦିନ ଅଭ୍ୟାସ ଅଟେ । ଆବଶ୍ୟକତା ଠାରୁ ଅଧିକ କଫି ପିଇବା କିନ୍ତୁ ଶରୀର ପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ସେଥିପାଇଁ ଗ୍ରୀନ୍ ଚା ବଳି ଗ୍ରୀନ୍ କଫିର ଚାହିଦା ମଧ୍ୟ ଆଜିକାଲି ବହୁତ ବେଶି ଏବଂ ଲୋକ ସାଧାରଣତଃ ଏହାକୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି । ଗ୍ରୀନ କଫି ପିଇବାର ବହୁତ ଉପକାରିତା ମଧ୍ୟ ରହିଛିି ।
Kanak News is now on WhatsApp
Join and get latest news updates delivered to you via WhatsApp
୧-ଗ୍ରୀନ୍ କଫିରେ ପ୍ରଚୁର ପରିମାଣରେ ଆଂଟି ଅକ୍ସିଡାଂଟସ୍ ରହିଥାଏ, ତେଣୁ ଏହା ଚେହେରା ଏବଂ ଚୁଟି ପାଇଁ ଭଲ କାମ କରିଥାଏ । ଏଥିରୁ ମିଳୁଥିବା କଲେରୋଜୋନିକ୍ ଏସିଡ୍ ଉଚ୍ଚ ରକ୍ତଚାପକୁ ଠିକ୍ ରଖିବାରେ ସାହାଯ୍ୟ କରେ ।
୨-ଓଜନ କମାଇବା ପାଇଁ ଗ୍ରୀନ କଫି ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ । ସକାଳୁ ସକାଳୁ ଖାଲି ପେଟରେ କଫି ପିଇଲେ ଏହା ଓଜନ କମାଇବା ସହିତ ଶରୀରର ସୁନ୍ଦରତାକୁ ବୃଦ୍ଧି କରିଥାଏ ।
୩-ଗ୍ରୀନ କଫି ପିଇବା ଦ୍ୱାରା କ୍ୟାନସର ନାମକ ମାରାତ୍ମକ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ । ଏହା ଶରୀର ମଧ୍ୟରେ କ୍ୟାନସର କୋଷ ଗୁଡିକୁ ତିଆରି ନ’କରିବାରେ ସାହାଯ୍ୟ କରେ ।
୪-ଗ୍ରୀନ କଫି ଶରୀରରେ ମେଟାବାଲିଜମର ମାତ୍ରାକୁ ବହୁତ ପରିମାଣରେ ବଢାଇଥାଏ, ଯାହାଦ୍ୱାରା ଶରୀରକୁ ଫୂର୍ତି କରିଥାଏ ।