ଆରମ୍ଭ ହେଲା ବେଲବାହାଳି କୁଶେଇ ବ୍ରିଜ କାମ : ସେତୁ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

66

କେନ୍ଦୁଝର : ଆରମ୍ଭ ହେଲା ବେଲବାହାଳି କୁଶେଇ ନଦୀ ସେତୁ କାମ। ସେପଟେ ସେତୁ ନିର୍ମାଣକୁ ବିରୋଧ କରିଛନ୍ତି ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ବେଳବାହଳିଠାରେ କୁଶେଇ ସେତୁ ନିର୍ମାଣ ପ୍ରତିବାଦରେ ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି । ଫଳରେ ବେଳବାହାଳି ବଜାରରେୁ ୧୪୪ଧାରା ଜାରି କରାଯାଇଛି ।

୫ଜଣ ମାଜିଷ୍ଟ୍ରେଟ, ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ଉପସ୍ଥିତ ଥିବାବେଳେ ୧୯ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ପ୍ରପ୍ତାବିତ ଅଂଚଳରେ ସେତୁ ନିର୍ମାଣକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ଜାରି ରହିବ ବୋଲି ବେଳବାହାଳି ଆଂଚଳିକ ସୁରକ୍ଷା ମଂଚ କହିଛି। ସୁରକ୍ଷା ମଂଚ ଏ ସମ୍ପର୍କରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ୨୯ତାରିଖରେ ଏହାର ଶୁଣାଣୀ ଅଛି । ତେବେ ଶୁଣାଣୀ ପର୍ଯ୍ୟନ୍ତ କାମ ବନ୍ଦ ରଖିବା ପାଇଁ ପ୍ରଶାସନକୁ ସୁରକ୍ଷା ମଂଚ ଅନୁରୋଧ କରିଥିଲା । ଏନେଇ ସୁରକ୍ଷା ମଂଚ ଓ ପ୍ରଶାସନ ମଧ୍ୟରେ ଆଲୋଚନା ବିଫଳ ହୋଇଛି ।

ଗତ ବର୍ଷ ଜୁଲାଇ ମାସରେ ସେତୁ ନିର୍ମାଣକୁ ବିରୋଧ କରିବାରୁ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟିଥିଲା । ପ୍ରସ୍ତାବିତ ଅଂଚଳରେ ସେତୁ ନିର୍ମାଣ ହେଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବବୋଲି ଏହାକୁ ବିରୋଧ କରି ୫ବର୍ଷରୁ ଅଧିକ ସମୟ ଧରି ଆନ୍ଦୋଳନ ଜାରି ରଖିଛନ୍ତି ଗ୍ରାମବାସୀ ।