ବାରହା ଫାଶରେ ଫସିଗଲା ଭାଲୁ ! ଉଦ୍ଧାର ପାଇଁ ବନ ବିଭାଗ ନାକେଦମ୍

148

କନକ ବ୍ୟୁରୋ : ବାରହା ଫାଶରେ ଫସିଲା ଭାଲୁ । ଧାନ ଫସଲକୁ ବାରାହ ମାନେ ଆସି ନଷ୍ଟ କରୁ ଥିବାରୁ ମାଲକାନଗିରି ସହର ଉପଣ୍ଠ ମଲିକେଶ୍ୱର ପାହାଡ ତଳ ଏକ ଧାନ ବିଲରେ ବାରାହକୁ ଧରିବା ଲାଗି ଫାଶ ବିଛାଇ ଥିଲେ ଚାଷୀ । ତେବେ ଫାସ ରେ ବାରାହ ପରିବର୍ତ୍ତେ ଏକ ଭାଲୁ ଫସି ଥିବା ଦେଖିବାକୁ ପାଇ ଥିଲେ ସ୍ଥାନୀୟ ଲୋକେ । ବନ ବିଭାଗ ଖବର ପାଇ ତୁରନ୍ତ ଭାଲୁଟିକୁ ଉଦ୍ଧାର କରିବାକୁ ଅପରେସନ ଆରମ୍ଭ ହୋଇଥିଲା । ଏକ ଜାଲ ସାହାଯ୍ୟ ରେ ଭାଲୁକୁ କାବୁ କରାଯାଇ ଲୁହା ଜନ୍ତା ଭିତରେ ଭର୍ତ୍ତି କରାଯାଇଥିଲା । ଭାଲୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାକୁ ପୁଣି ଜଂଗଲ ଭିତରକୁ ଛଡାଯିବ ବୋଲି ମାଲକାନଗିରି ଏ.ସି.ଏଫ କହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ମାଲକାନଗିରି ଉପକଣ୍ଠ ମଲିକେଶ୍ୱର ପାହାଡ ତଳ ଏକ ଭାଲୁ ଫାଶରେ ପଡ଼ିଥିବା ଦେଖିବାକୁ ମିଳିଥିଳା । ବାରହା ଶିକାର ପାଇଁ ବସା ଯାଇଥିବା ଫାଶରେ ପଡ଼ି ଭାଲୁଟି ଛଟପଟ ହୋଇ ଗର୍ଜନ କରିଥିଲା । ତବେ ସକାଳେ କିଛି ଲୋକ ଭାଲୁଟି ଫାଶରେ ପଡ଼ିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଅଧିକାରୀମାନେ ପ୍ରଥମେ ଏକ ପ୍ଲାଷ୍ଟିକ୍ ଜାଲ ପକାଇ ଭାଲିଟିକୁ କାବୁ କରିବା ପରେ ଫାଶରୁ ଏହାକୁ ଗ୍ରାମବାସୀମାନଙ୍କ ସହାୟତାରେ ଉଦ୍ଧାର କରିଛନ୍ତି ।