ପରିତ୍ୟକ୍ତ ଅବସ୍ଥାରେ ସଡକରୁ ମିଳିଲା ଭୋଟ୍ ବାକ୍ସ ! ଦୁଇ ଅଫିସର ନିଲମ୍ବିତ ।

187

ରାଜସ୍ଥାନ ନିର୍ବାଚନରେ ଶୁକ୍ରବାର ଦିନ ମତଦାନ ପରେ ରାସ୍ତା ଉପରେ ଇବିଏମ୍ ପାଇଥିବା ମାମଲାକୁ ନିର୍ବାଚନ ଆୟୋଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି । ଆୟୋଗ ଏହି ମାମଲାରେ ଦୁଇ ଅଫିସରଙ୍କୁ ନିଲମ୍ବିତ କରିଛି ।

ଆପଣଙ୍କୁ କହିରଖୁଛୁ କି, ବାରାଁ ଜିଲ୍ଲାର କିଶନଗଞ୍ଜ ବିଧାନସଭାର ଶାହାବାଦ୍ କ୍ଷେତ୍ରରେ ନିର୍ବାଚନକର୍ମୀଙ୍କ ଖାମଖିଆଲଭାବ ସାମ୍ନାକୁ ଆସିଛି । ଶାହାବାଦ୍ ଥାନାର ମୁଗାବଲୀ ରୋଡ୍ ଏନଏଚ୍ ୨୭ ରେ ଗୋଟିଲ ସିଲ୍ ବନ୍ଦ ଇବିଏମ୍ ସଡକରେ ପଡିଥିବା ଦେଖିବାକୁ ମିଳିଥିଲା । ଭୋଟ୍ ପରେ ଇବିଏମ୍ କୁ ସିଲ୍ କରିଦିଆଯାଇଥିଲା । ଏବେ ଏହି ଇବିଏମ୍ ଥାନାଧିକାରୀଙ୍କ ପାଖରେ ମହଜୁତ ଅଛି । ତେବେ କେବଳ ରାଜସ୍ଥାନ ଏଭଳି ଅନେକ ରାଜ୍ୟରୁ ଏଭଳି ଖବର ଆସୁଛି । ତେବେ ରାଜସ୍ଥାନରେ କଂଗ୍ରେସକୁ ଅଧିକ ଭୋଟ୍ ମିଳିଥିବା କଥା ଶୁଣିବାକୁ ମିଳୁଛି ।