ଦେବଦୂତ ସାଜିଲେ ବରଗଡର ଡାକ୍ତର ଶଙ୍କର ରାମଚନ୍ଦାନି । ଅଜଣା ମହିଳାଙ୍କୁ ଉଦ୍ଧାର କରି କଲେ ଚିକିତ୍ସା । ନିଜ ଗାଡିରେ ନେଲେ ବୁର୍ଲା ବଡ ମେଡିକାଲ

44

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଡାକ୍ତର ଶଙ୍କର ରାମଚନ୍ଦାନି । ମେଡିକାଲ ସମ୍ମୁଖରେ ପଡିଥିବା ଅଜଣା ମହିଳାଙ୍କୁ ନିଜ ଗାଡିରେ ନେଲେ ବୁର୍ଲା ମେଡିକାଲ । ବରଗଡ ଜିଲ୍ଲା ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ତଥା ପୂର୍ବତନ ଜୁନିୟର ଡାକ୍ତର ସଂଘର ନେତା ଡାକ୍ତର ଚାମଚନ୍ଦାନି ଗତକାଲି ମେଡିକାଲ ସମ୍ମୁଖରେ ପଡିଥିବା ଜଣେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା କରିଥିଲେ ।

ତେବେ ଫାଇଲେରିଆ ରୋଗରେ ଆକ୍ରାନ୍ତ ମହିଳାଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ଡାକ୍ତର । ହେଲେ ଆମ୍ବୁଲାନ୍ସ କେବଳ ବରଗଡ ମେଡିକାଲ ପର୍ଯ୍ୟନ୍ତ ନେବାକୁ କହିଥିଲା । ଫଳରେ ଡାକ୍ତର ରାମଚନ୍ଦାନି ନିଜ ଗାଡିରେ ସେହି ମହିଳାଙ୍କୁ ବୁର୍ଲା ବଡ ମେଡିକାଲ ନେଇଥିଲେ । ସେଠାରେ ମହିଳାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କର ଗୋଟିଏ ଗୋଡ କଟାଯିବାର ସମ୍ଭାବନା ରହିଛି ।