ବାରବାଟୀ ଜମି କେଳେଙ୍କାରୀ ମାମଲା! ଇଡିରେ ହାଜର ହେଲେ ଆଶୀର୍ବାଦଙ୍କ ଜ୍ୱାଇଁ ସଂଜିତ ସାମଲ ।

23

କନକ ବ୍ୟୁରୋ: ବାରବାଟୀ ଜମି ଜବର ଦଖଲ ଦୁର୍ନୀତି ମାମଲା ଇଡିରେ ହାଜର ହେଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁ ସଂଜିତ ସାମଲ । ତେବେ ସଂଜିତ ସାମଲଙ୍କୁ ଗତ ଦୁଇଦିନ ତଳେ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା । ପୂର୍ବରୁ ଜମି ଜାଲିଆତି ସହ ବେଆଇନ ଆର୍ଥିକ କାରବାର ନେଇ ଆଶୀର୍ବାଦଙ୍କ ଜ୍ୱାଇଁ ଓ ପୁଅ ସୁବ୍ରତ ବେହେରାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ତେବେ ଇଡିରେ ହାଜର ହେବାପରେ ଏବେ ଆଶୀର୍ବାଦଙ୍କ ଜ୍ୱାଇଁ ସଂଜିତଙ୍କୁ ବେଆଇନ ଆର୍ଥିକ କାରବାର ଏବଂ ବାରବାଟୀ ଜମି ଦୁର୍ନିତୀ ମାମଲାର ପଚରା ଉଚୁରା କରୁଛି ଇଡି ।

ଏହାସହ ଆଶୀର୍ବାଦ ବେହେରାଙ୍କ ପୁଅ ସୁବ୍ରତ ବେହେରାଙ୍କୁ ମଧ୍ୟ ଇଡି ଗତ ୧୯ ତାରିଖ ଦିନ ସମନ ଜାରି କରିଥିଲା । ଆଜି ଇଡିରେ ହାଜର ହୋଇଥିବା ସଂଜିତ ଇଡି ପକ୍ଷରୁ ସମସ୍ତ ପ୍ରଶ୍ନର ଉତ୍ତର ରଖିବା ସହ ମାମଲାରେ ଜଡିତ ଥିବା ଅନେକ ଗୋପନୀୟ ତଥ୍ୟ ମଧ୍ୟ ପ୍ରଦାନ କରିବେ ଆଶୀର୍ବାଦଙ୍କ ଜ୍ୱାଇଁ । ତେବେ ଇନକନ ଆସୋସିଏଟସର ପାର୍ଟନର ଅଛନ୍ତି ସଂଜିତ ସାମଲ । ବାରବାଟୀ ଜମି ଜାଲିଆତି ମାମଲାର ପ୍ରକୃତ ସତ୍ୟାସତ୍ୟା ଜାଣିବା ପାଇଁ ପୂର୍ବରୁ ସିବିଆଇ ପକ୍ଷରୁ ତଦନ୍ତ ଚାଲିଛି । ଏବଂ ଖୋଦ୍ ଆଶାର୍ବାଦ ବେହେରା ମଧ୍ୟ ଇଡିରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଥିଲେ । ଏବେ ଇଡି ବେଆଇନ ଅର୍ଥ କାରବାର ଏବଂ ଜମି ଜବରଦଖଲ ମାମଲାରେ ଖୋଳତାଡ କରୁଛି ।