ଫେବୃଆରୀ ୮କୁ ଘୁଂଚିଲା ବାବ୍ରୀ ମସଜିଦ୍ ରାମମନ୍ଦିର ମାମଲା ! ସେପଟେ ଆଜି ବାବ୍ରୀ ମସଜିଦ୍ ଭଙ୍ଗାକୁ ପୂରୁଛି ୨୫ ବର୍ଷ

75

କନକ ବ୍ୟୁରୋ: ବାବ୍ରୀ ମସଜିଦ୍ ଭଂଗା ଘଟଣାକୁ ଆଜି ୨୫ ବର୍ଷ ପୁରୁଛି । ସମସ୍ତ ରାଜ୍ୟ ଏନେଇ ସତର୍କ ରହିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଶାନ୍ତି ବଜାୟ ରଖିବା ନେଇ ସମସ୍ତ ପଦକ୍ଷେପ ନେବାକୁ ରାଜ୍ୟ ମୁଖ୍ୟ ସଚିବ ଏବଂ ପୁଲିସ ଡିଜିଙ୍କୁ କୁହାଯାଇଛି । ବିଶେଷ କରି ଉତ୍ତର ପ୍ରଦେଶ ସରକାର ସର୍ବାଧିକ ସତର୍କ ରହିବାକୁ କୁହାଯାଇଛି । ବିଜେପି, ଭିଏଚପି ଏବଂ ଶିବସେନା ସମର୍ଥନରେ ୧୯୯୨, ଡିସେମ୍ବର ୬ ତାରିଖରେ କରସେବକ ମାନେ ବାବ୍ରୀ ମସଜିଦ୍ ଭାଂଗିଥିଲେ । ଏହି କାରଣରୁ ବଡ ସାମ୍ପ୍ରଦାୟିକ ଦଙ୍ଗା ଘଟି ୨ ହଜାର ଲୋକ ପ୍ରାଣ ହରାଇଥିଲେ ।

ଏବେ ନଜର ପକାନ୍ତୁ ପ୍ରକୃତ ମାମଲାଟି କଣ . . .

• ବାବ୍ରୀ ମସଜିଦ୍ ଭଙ୍ଗା ଘଟଣାର ୨୫ ବର୍ଷ ପୂର୍ତ୍ତି

• ୧୯୯୨ ମସିହା ଡିସେମ୍ବର ୬ରେ ଭଙ୍ଗା ଯାଇଥିଲା ବାବ୍ରୀ ମସଜିଦ

• କରସେବକମାନେ ବାବ୍ରୀ ମସଜିଦକୁ ଭାଙ୍ଗି ଧୂଳିସାତ କରିଥିଲେ

• ବିଜେପି, ବିଶ୍ୱହିନ୍ଦୁ ପରିଷଦ ଓ ଶିବସେନା ସମର୍ଥନରେ ଭଙ୍ଗାଯାଇଥିଲା ମସଜିଦ

• ବାବ୍ରୀ ମସଜିଦ ଭଙ୍ଗା ପରେ ତେଜିଥିଲା ସାଂପ୍ରଦାୟିକ ହିଂସା

• ସାଂପ୍ରଦାୟିକ ହିଂସାରେ ୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା

• ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ପିଭି ନରସିଂହରାଓ

• ତଦନ୍ତ ପାଇଁ ଗଠିତ ହୋଇଥିଲା ଏମଏସ ଲିହରବାନ କମିଶନ

• ଅଯୋଧ୍ୟାରେ ରାମ ମନ୍ଦିର ଭାଙ୍ଗି ବାବ୍ରୀ ମସଜିଦ ନିର୍ମାଣ କରାଯାଇଥିବା ଅଭିଯୋଗ

• ଏହି ଐତିହାସିକ ତଥ୍ୟ ଆଧାରରେ ହିନ୍ଦୁ ଗୋଷ୍ଠୀଙ୍କ କମିଟି ଗଠନ

• ଏହାର ନେତୃତ୍ୱ ନେଇଥିଲେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ

• ମନ୍ଦିର ନିର୍ମାଣ ସପକ୍ଷରେ ପ୍ରବଳ ଜନମତ ହୋଇ ଆନ୍ଦେଳନର ରୁପ ନେଇଥିଲା

• ପରବର୍ତି ସମୟରେ ବାବ୍ରି ମସଜିଦ ଧ୍ୱଂସ ପରେ ଏହି ବିବାଦ ବଳବତ୍ତର ରହିଛି

ଅନ୍ୟ ପଟରେ ରାମ ଜନ୍ମ ଭୂମି ମାମଲାର ପରବର୍ତ୍ତି ଶୁଣାଣୀ ଫେବୃୟାରୀ ୮ତାରିଖକୁ ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଦିପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପିଠ ମାମଲାର ଶୁଣାଣୀ ଫେବୃୟାରୀରେ କରିବେ । ଏହି ପ୍ରସଙ୍ଗରେ ସିଆ ୱାକଫ୍ ବୋର୍ଡ଼, ମନ୍ଦିର ନିର୍ମାଣକୁ ସମର୍ଥନ କରୁଥିବା ବେଳେ ସୁନି ୱାକଫ ବୋର୍ଡ଼ ଏହାକୁ ବିରୋଧ କରୁଛି । ସେପଟେ ଅଯୋଧ୍ୟା ବିବାଦ ମାମଲାର ଶୁଣାଣି ୨୦୧୯ ଲୋକସଭା ନିର୍ବାଚନ ପରେ କରିବା ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।

ଅଯୋଧ୍ୟା ବିବାଦ ମାମଲାରେ ସୁନ୍ନୀ ୱାକଫ ବୋର୍ଡର ଓକିଲ କପିଲ ଶିବଲ ସୁପ୍ରିମକୋର୍ଟରେ ପକ୍ଷ ରଖି କହିଥିଲେ, ଏବେ ଏହି ମାମଲାର ଶୁଣାଣି କରିବା ପାଇଁ ବାତାବରଣ ଠିକ ନାହିଁ । ତେଣୁ ୨୦୧୯ ଲୋକସଭା ନିର୍ବାଚନ ପରେ ଏହାର ଶୁଣାଣି କରାଯାଉ । ଅନ୍ୟପଟେ କପିଲ ଶିବଲଙ୍କ ଅପିଲକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସୁପ୍ରିମକୋର୍ଟରେ ଶୀଘ୍ର ଅଯୋଧ୍ୟା ମାମଲାର ଶୁଣାଣିକୁ ନେଇ କଂଗ୍ରେସ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି କହିଛନ୍ତି ଶାହା ।