ରିଲିଜ ହୋଇଛି ଓଡିଆ ଚଳଚ୍ଚିତ୍ର ଅଗସ୍ତ୍ୟ ର ଅଡିଓ

209

ଭୁବନେଶ୍ୱର ବ୍ୟୁରୋ କନକ ନ୍ୟୁଜ୍ : ରଜ ବଜାରରେ ରିଲିଜ ହେବାକୁ ଯାଉଥିବା ନୂଆ ଓଡିଆ ଚଳଚ୍ଚିତ୍ର ଅଗସ୍ତ୍ୟ ର ଅଡିଓ ଶନିବାର ସନ୍ଧ୍ୟା ରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ହୋଟେଲ   କ୍ରାଉନ୍ ରେ ଆୟୋଜିତ ହୋଇଯାଇଛି । ଚଳଚ୍ଚିତ୍ର ର ଟାଇଟଲ୍ ସଂଙ୍ଗୀତକୁ ଗାଇ ଶୁଣାଇଥିଲେ ସାତ ଜଣ କଣ୍ଠଶିଳ୍ପୀ । ଚଳଚ୍ଚିତ୍ରରେ ଅନୁଭବ, ଆକାଶ ଦାଶ ନାୟକ, ଓ ଝିଲିକ୍ ପ୍ରମୁଖ ଭୂମିକାରେ ରହିଛନ୍ତି । ଏହି ଚଳଚ୍ଚିତ୍ରର ଅଡିଓ  ରିଲିଜ୍ ରେ ପ୍ରଯୋଜକ ଅକ୍ଷୟ ପରିଜା, ନିର୍ଦେଶକ , ଓ ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦ ଉପସ୍ଥିତ ଥିଲେ । ରଜ ବଜାରରେ ଆସୁଥିବା ଚଳଚ୍ଚିତ୍ର ଅଗସ୍ତ୍ୟ ର ବିଶେଷତ୍ୱ ଏଇୟା ଯେ ଏଥିରେ ଥିବା ୫ ଟି ଗୀତକୁ ଗାଇବାକୁ ଆଜିର ଯୁବପୀଢିଙ୍କୁ ସୁଯୋଗ ଦିଆଯାଇଛି ।