କେଜରିୱାଲଙ୍କ ଉପରେ ଲଙ୍କାଗୁଣ୍ଡ ପକାଇଲେ ସନ୍ଦିଗ୍ଧ ବ୍ୟକ୍ତି ! ବିଜେପିର ହାତ ଅଛି ବୋଲି ଅଭିଯୋଗ କଲା ଆପ୍

98

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ପୁଣି ଥରେ ବିରୋଧର ସାମ୍ନା କରିବା ପାଇଁ ପଡ଼ିଛି । ରାଜଧାନୀ ଦିଲ୍ଲୀରେ ସଚିବାଳୟରେ କେଜରିୱାଲଙ୍କ ଉପରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଲଙ୍କା ଗୁଣ୍ଡ ଫୋପାଡ଼ିଦେଇଛନ୍ତି । ସଚିବାଳୟ ପରିସରରେ ଥିବା ତାଙ୍କ ଚାମ୍ବର ବାହାରେ ଏହି ଘଟଣା ଘଟିଛି । କେଜରିଓ୍ଵାଲ ନିଜ ଚାମ୍ବରରୁ ବାହାରି ମଧ୍ୟାହ୍ନ ଭୋଜନ ପାଇଁ ଘରକୁ ବାହାରୁଥିବାବେଳେ ଏହି ଯୁବକ ତାଙ୍କ ମୁହଁକୁ ଏକ ଲଙ୍କାଗୁଣ୍ଡ ପ୍ୟାକେଟ ପକାଇ ଦେଇଥିଲା । ଦିଲ୍ଲୀ ପୁଲିସ ପକ୍ଷରୁ ସଂପୃକ୍ତ ଯୁବକକୁ ଗିରଫ କରାଯାଇଛି ।

ପୂର୍ବରୁ ମଧ୍ୟ କେଜରିଓ୍ଵାଲଙ୍କ ଉପରେ ବିଭିନ୍ନ ସମୟରେ ଆକ୍ରମଣ ହୋଇଛି । ଗତ ୨୦୧୪ ସାଧାରଣ ନିର୍ବାଚନ ସମୟରେ ତାଙ୍କୁ ଜଣେ ଯୁବକ ଚାପୁଡା ମାରିଥିଲା । ସେହିପରି ପଂଜାବ ଓ ଦିଲ୍ଲୀରେ ମଧ୍ୟ ସମାନ ପ୍ରକାରର ଚାପୁଡା ମାଡ କିମ୍ବା କାଳି ପକାଇବା ଆଦି କାଣ୍ଡ ପୂର୍ବରୁ ହୋଇସାରିଛି । ଏହି ଘଟଣା ପଛରେ ବିଜେପିର ହାତ ଅଛି ବୋଲି ଅଭିଯୋଗ କରିଛି ଆପ୍ । ତେବେ ବିରୋଧୀ ଏହାକୁ ନାଟକ ବୋଲି କହୁଛନ୍ତି ।